ନୂଆଦିଲ୍ଲୀ,୦୪/୧୦:  ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା  ଅଭିଯୋଗରେ ହରିୟାଣାର ପଲୱାଲ  ପୁଲିସ ୨ ଜଣଙ୍କୁ ଗିରଫ କରିଛି ।  ସେମାନେ ନୂଆଦିଲ୍ଲୀରେ ଥିବା ପାକ୍‌ ହାଇକମିଶନରଙ୍କ ଭିସା ବିଭାଗକୁ  ଗୋପନୀୟ ତଥ୍ୟ ପ୍ରଦାନ କରୁଥିଲେ ।  ଭିସା ବିଭାଗରେ କାର୍ଯ୍ୟ କରୁଥିବା  ଜାଫର ଓ ଦାନିଶ ନାମକ ଅଧିକାରୀଙ୍କ  ସହ ଉଭୟେ ଯୋଗାଯୋଗରେ ଥିଲେ ।  ଗିରଫ ଦୁଇ ଅଭିଯୁକ୍ତ ହେଲେ କୋଟ  ଗ୍ରାମର ୟୁଟ୍ୟୁବର ୱାସିମ ଆକ୍ରମ  ଏବଂ ଆଲିମେଭ ଗ୍ରାମର ତୌଫିକ ।  ପାକିସ୍ତାନୀ ଭିସା କରାଇଦେବା ନାଁରେ  ଉଭୟେ ଲୋକଙ୍କ ନିକଟରୁ ଟଙ୍କା ଆଦାୟ  କରୁଥିଲେ । ଏହି ଅର୍ଥରୁ ସେମାନେ  ସିଂହଭାଗ ପାକ୍‌ ହାଇକମିଶନରଙ୍କ  କାର୍ଯ୍ୟାଳୟକୁ ପଠାଉଥିଲେ । ସେଠାରୁ  ଏହି ଅର୍ଥ ସିଧାସଳଖ ପାକିସ୍ତାନୀ ଗୁପ୍ତଚର  ସଂସ୍ଥା ଆଇଏସ୍‌ଆଇ ନିକଟକୁ ଯାଉଥିଲା ।