ମ. ରାମପୁର, ୩/୧୦ : ଗତ ଦୁଇ ଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦେଢଶୁଲି ପଞ୍ଚାୟତର ଜାମୁଲିରୁ ମୋହନଗିରୀ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ କୁଡିସୁରୁ ଘାଟିରୁ ଖସିଲା ପଥର । ଫଳରେ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାମୁଲିଠାରୁ ମୋହନଗିରି ରାସ୍ତା ବନ୍ଦ ହୋଇଯାଇଛି ।

ଏହି ଗାଁର ପ୍ରାୟ ୩୦୦୦ଲୋକ ମୋହନଗିରି ଉପରେ ନିର୍ଭର କରୁଥିବାବେଳେ ମ.ରାମପୁର ବ୍ଲକ ମୁଖ୍ୟାଳୟ। ହେଲେ ପଥର ରାସ୍ତା ଉପରେ ପଡିଛି। ଫଳରେ ଲୋକମାନଙ୍କ ଯିବା ଆସିବାରେ ବାଧା ଉପୁଜିଛି । ପ୍ରଥମେ ମୋହନଗିରିକୁ ଆସିବା ପରେ ବିଭିନ୍ନ ସରକାରୀ, ରୋଗୀକୁ ମେଡ଼ିକାଲ ଚିକିତ୍ସା ପାଇଁ ଏମ୍. ରାମପୁର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେଣୁ ତୁରନ୍ତ ପଥର ରାସ୍ତାରୁ ହଟେଇବାକୁ ପ୍ରଶାସନକୁ ଜଣାଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଚିନାହାଁନ୍ତି ।