ଭୁବନେଶ୍ୱର,୨୧/୦୯: ଦିଭିତା ଜୁନେଜାଙ୍କ ଅଭିନୀତ ସିନେମା ହୀର ଏକ୍ସପ୍ରେସ ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ବେଶ ଉନ୍ନତ ପ୍ରଦର୍ଶନ କରିଛି । ଏହି ସିନେମାଟିର କଲେକ୍ସନ ରହିଛି ୫.୩୪ କୋଟି । ଦୀର୍ଘ ଦିନ ପରେ ସମ୍ପୂର୍ଣ୍ଣ ପରିବାର ଏକାସହ ବସି ଦେଖିବା ଭଳି ଏକ ସିନେମା ଆସିଛି । ଏହା ପ୍ରତି ବର୍ଗର ଦର୍ଶକଙ୍କ ଠାରୁ ବେଶ ପ୍ରଶଂସା ସାଉଣ୍ଟିଛି । ଏହି ସିନେମା ଜରିଆରେ ଦିଭିତା ବଲିଉଡରେ ଡେବ୍ୟୁ କରିଛନ୍ତି । ଏବେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି । ସେ ବଲ୍ଲିଉଡରେ ଏକ ଲମ୍ବା ଇନିଂସ ଖେଳିବେ ବୋଲି କହିଛନ୍ତି ସିନେ ସମୀକ୍ଷକ । ରିଲିଜ ଦିନରୁ ସିନେମାଟି ବୁକ୍ ମାଇଁ ସୋରେ ଟ୍ରେଣ୍ଡରେ ରହିଛି ।