ଚୌଦ୍ବାର,୨/୯ : HUGE ଆପର କଟକ ଜିଲ୍ଲା ମୁଖ୍ୟ ପାର୍ଥ ସାରଥୀ ଦାସକୁ କଟକ ସାଇବର ଥାନା ପୁଲିସ ଗିରଫ  କରିଥିବାବେଳେ ଟାଙ୍ଗୀ ପୁଲିସ ଟାଙ୍ଗୀ ଅଞ୍ଚଳର HUGE ଆପର ମୁଖ୍ୟ ପ୍ରଦୀପ କୁମାର ଦାସକୁ ଗିରଫ କରିଛି । ଟାଙ୍ଗୀ ଅଞ୍ଚଳର କିଛି ବ୍ୟକ୍ତି ଏହି HUGE ଆପ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ।

ପରବର୍ତ୍ତି ସମୟରେ ଉକ୍ତ ଟଙ୍କା ବୁଡି ଯିବା ଫଳରେ କୈଳାସ ବେହେରା ଓ ଆଉ କିଛି ବ୍ୟକ୍ତିମାନେ ଆସି ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଘଟଣାର ତଦନ୍ତ କରି ପ୍ରଦୀପ ଦାସଙ୍କୁ ଗିରଫ କରିବା ସହ ନଗଦ ୪୫ ହଜାର ଟଙ୍କା ଗୋଟେ ମୋବାଇଲ ଫୋନ୍ ନିଜ ନାମରେ ଥିବା HUGE ଆପର ପ୍ରମାଣପତ୍ର , ୬ଟି ବିଭିନ୍ନ ବ୍ୟାଙ୍କର ଡେଭିଡ କାର୍ଡ, ପ୍ୟାନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ଉମାକାନ୍ତ ନାୟକ ସାମ୍ୱାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି।