ନୂଆଦିଲ୍ଲୀ,୦୧/୧୦: ବୁଧବାରଠୁ ଭାରତ ଏବଂ ୪ ୟୁରୋପୀୟ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ  । ଏହା ଦ୍ୱାରା ସ୍ୱିଜରଲାଣ୍ଡର ମଦ, ଚକୋଲେଟ, କପଡା, ଘଣ୍ଟା ଭଳି ବିଭିନ୍ନ ସାମଗ୍ରୀ ଘରୋଇ ବଜାରରେ ଶସ୍ତା ହେବ । ସେହିଭଳି ଭାରତର ଶ୍ରମ କୈନ୍ଦ୍ରିକ କ୍ଷେତ୍ର ଯଥା କେତେକ କୃଷି ଜାତୀୟ ସାମଗ୍ରୀ ଚା, କଫି, ଫଳ, ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ, କ୍ରୀଡା ଉପକରଣ, ଖେଳନା, ରତ୍ନପଥର ଏବଂ ଗହଣା ୟୁରୋପୀୟ ବଜାରରେ ପହଞ୍ଚ ବଢ଼ିବ । ଏସବୁ କ୍ଷେତ୍ରରେ ୟୁରୋପକୁ ଭାରତର ରପ୍ତାନିରେ ଉନ୍ନତି ଆସିବ ।

ମୁକ୍ତ ବାଣିଜ୍ୟ ଚୁକ୍ତି ମଧ୍ୟରେ ଥିବା ୟୁରୋପୀୟ ଦେଶ ଗୁଡ଼ିକ ମଧ୍ୟରେ ଆଇସ୍‌ଲ୍ୟାଣ୍ଡ, ଲିଚେନ୍‌ଷ୍ଟେନ, ନର୍‌ୱେ, ସ୍ୱିଜରଲାଣ୍ଡ ଭଳି ଦେଶ ରହିଛନ୍ତି । ଏମାନେ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ଭାରତର ସହ ଚୁକ୍ତିରେ ସାମିଲ ହୋଇଥିଲେ । ଏହାବାଦ ଦେଶର ଇଞ୍ଜିନିୟରିଂ ଗୁଡ୍‌ସ, ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ, କେମିକାଲ୍ସ ଏବଂ ପ୍ଲାଷ୍ଟିକ ଭଳି କ୍ଷେତ୍ର ୟୁରୋପୀୟ ବଜାରକୁ ଅଧିକ ସାମଗ୍ରୀ ରପ୍ତାନି କରିପାରିବ । ସେହିଭଳି ଫାର୍ମା, ମେଡିକାଲ ଡିଭାଇସ, ପ୍ରକ୍ରିୟାକୃତ ଖାଦ୍ୟ, ଦୁଗ୍ଧଜାତ ସାମଗ୍ରୀ, ସୋୟା, କୋଇଲା, ପ୍ରଭାବିତ କୃଷିଜାତ ସାମଗ୍ରୀ ଭଳି କ୍ଷେତ୍ରକୁ ମଧ୍ୟ ସରକାର ସୁରକ୍ଷା ଦେଇଥିବା କହିଛନ୍ତି ।