ଭୁବନେଶ୍ବର,୦୩/୧୧: ' ଦ ଏମର୍ଜିଙ୍ଗ ସାଇନ୍ସ, ଟେକ୍ନୋଲୋଜୀ ଏବଂ ଇନୋଭେସନ୍‌ କନ୍‌କ୍ଳେଭ୍‌ ୨୦୨୫ରେ ଏକ ଲକ୍ଷ କୋଟି ଟଙ୍କାର ଐତିହାସିକ ଗବେଷଣା, ବିକାଶ ଏବଂ ନବସୃଜନ (RDI) ଯୋଜନା ପାଣ୍ଠିର ଶୁଭାରମ୍ଭ ହୋଇଥିଲା। ଯାହାକି ବିଶ୍ୱସ୍ତରୀୟ ଗବେଷଣାକୁ ଉତ୍ତେଜିତ କରିବ, ଯୁବ ଉଦ୍ଭାବକମାନଙ୍କୁ ସଶକ୍ତ କରିବ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବିଶ୍ୱ ନେତୃତ୍ୱ ଆଡକୁ ଭାରତର ଯାତ୍ରାକୁ ତ୍ୱରାନ୍ୱିତ କରିବ। ଏପରି କିଛି ଆଲେଖ୍ୟକୁ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ସମ୍ନାନ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଉଲ୍ଲେଖ କରିଛନ୍ତି ଯେ,  ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତନଶୀଳ ମାର୍ଗଦର୍ଶନରେ, ଆମର ଦେଶ ଏକ ଦୃଢ଼ ଇକୋସିଷ୍ଟମ ନିର୍ମାଣ କରୁଛି ଯାହା ପ୍ରତିଭାକୁ ପୋଷଣ ଯୋଗାଉଛି, ନବସୃଜନକୁ ପ୍ରୋତ୍ସାହିତ କରୁଛି ଏବଂ ଆତ୍ମନିର୍ଭର ଓ ବୀକ୍ଷିତ ଭାରତର ମୂଳଦୁଆକୁ ମଜବୁତ କରୁଛି।