ନୂଆଦିଲ୍ଲୀ,୧୨/୧୦: ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖି ଆଉ ଏକ ବିଜୟ ପାଇଁ ଅଣ୍ଟା ଭିଡ଼ିଛି । ଯଶସ୍ୱୀ ଜୈସ୍ୱାଲଙ୍କ ପରେ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ୫/୫୧୮ ରନ୍ରେ ପ୍ରଥମ ଇନିଂସ ଘୋଷଣା କରିଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ ପ୍ରଥମ ଇନିଂସ ବ୍ୟାଟ କରି ୨୪୮ରନ୍ରେ ଅଲଆଉଟ ହୋଇଛି । ଇଣ୍ଡିଜକୁ ବଡ ଫଲୋଅନ ଦେଇଛି ଇଣ୍ଡିଆ । ୨୭୦ରନ୍ ଟ୍ରାଏଲ କରୁଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ । କୁଳଦୀ ଯାଦବ ୫ଟି, ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଛନ୍ତି । ସେହିପରି ବୁମରା ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଇଣ୍ଡିଜ ପକ୍ଷରୁ ଆଲିକ ଆନ୍ଥୋଜ ସର୍ବାଧିକ ୪୧ରନ କରିଛନ୍ତି ।
𝙄𝙣𝙣𝙞𝙣𝙜𝙨 𝘽𝙧𝙚𝙖𝙠!
— BCCI (@BCCI) October 12, 2025
5⃣ wickets for Kuldeep Yadav
3⃣ wickets for Ravindra Jadeja
1⃣ wicket each for Mohd. Siraj and Jasprit Bumrah #TeamIndia lead by 270 runs and have enforced the follow-on 👍
Scorecard ▶ https://t.co/GYLslRzj4G#INDvWI | @IDFCFIRSTBank pic.twitter.com/qEIjD4t2OT
ୱେଷ୍ଟଇଣ୍ଡିଜ ଇନିଂସ- ୱେଷ୍ଟ ଇଣ୍ଡିଜ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ୪ ୱିକେଟ୍ ବିନିମୟରେ ୧୪୦ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ସାଇ ହୋପ୍ ୩୧ ଓ ଟେଭିନ ଇମଲାଚ ୧୪ ରନ କରି ଅପରାଜିତ ରହିଥିଲେ । ତୃତୀୟ ଦିନ ଖେଳ ଆରମ୍ଭ ପରେ ଦଳ ଭାରତୀୟ ବୋଲଙ୍କ ଆକ୍ରମଣରେ ଟଳମଳ ହୋଇଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ୨୪୮ ରନ୍ରେ ଅଲଆଉଟ ହୋଇଛି ଅତିଥି ୱେଷ୍ଟଇଣ୍ଡିଜ । ଭାରତ ଦଳକୁ ବଡ଼ ଫଲୋଅନ ଦେଇଛି । ୨୭୦ରନ୍ ଟ୍ରାଏଲ କରୁଛି । ଦଳ ପକ୍ଷରୁ ଆଲିକ ଆନ୍ଥୋଜ ୪୧, ଚନ୍ଦରପଲ ୩୪, ସାଇ ହୋପ ୩୬, କେରୀ ପେରୀ ୨୩, ଆଣ୍ଡରସନ ଫିଲିପ ଅପରାଜିତ ୨୪ରନ୍ କରିଛନ୍ତି ।
5⃣-fer x 5⃣ times
— BCCI (@BCCI) October 12, 2025
Kuldeep Yadav gets his fifth five-wicket haul in Tests! 👏
A wonderful performance from him yet again 🔝
Updates ▶ https://t.co/GYLslRzj4G#TeamIndia | #INDvWI | @IDFCFIRSTBank | @imkuldeep18 pic.twitter.com/BUhPgnIVt6
ଭାରତର ପ୍ରଥମ ଇନିଂସ- କ୍ୟାପ୍ଚେନ ଅଧିନାୟକ ଶୁଭମନ ଗିଲ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏ ନିଷ୍ପତ୍ତି ଭାରତ ପାଇଁ ଭଲ ସାବ୍ୟସ୍ତ ହୋଇଥିଲା । ଭାରତ ପ୍ରଥମ ଇନିଂସ ରନ ବର୍ଷା କରିଥିଲା । ଷ୍ଟାର ବ୍ୟାଟର ଯଶସ୍ବୀ ଜୟସ୍ୱାଲ ୨୫୮ବଲ୍ରେ ୨୨ ଚୌକା ସହ ୧୭୫ରନ୍ କରିଥିଲେ । ଅଧିନାୟକ ଶୁଭମନ ଗିଲ ଅପରାଜିତ ଶତକ ହାସଲ କରିଥିଲେ । ୧୯୬ ବଲରେ ୧୨୯ରନ୍ ଇନିଂସ ଖେଳିଥିଲେ । ଯେଉଁଥିରେ ୧୬ ଚୌକା ୨ ଛକା ସାମିଲ ରହିଛି । ସାଇ ସୁଦର୍ଶନ ୮୭ ରନ୍ର ଜବରଦସ୍ତ ପାଳି ଖେଳିଥିଲେ । ସେହିପରି ରାହୁଲ ୩୮, ନୀତିଶ ୪୩ ଓ ଧ୍ରୁବ ଜୁରେଲ ୪୪ରନ କରିଥିଲେ । ୫ ୱିକେଟ ହରାଇ ୫୧୮ରନ୍ରେ ପ୍ରଥମ ଇନିଂସ ଘୋଷଣା କରିଥିଲା ଟିମ୍ ଇଣ୍ଡିଆ ।