କଟକ ୦୮/୧୧:  କଟକର ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲି ଯାତ୍ରାରେ ନିର୍ମାଣ ହୋଇଥିବା ବାଲୁକା କଳା କଲା ବିଶ୍ବ ରେକର୍ଡ। ୱାର୍ଲ୍ଡ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଲା ବାଲୁକା ବୋଇତ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକଙ୍କ ପାରମ୍ପରିକ ଡଙ୍ଗା ବାଲୁକା ନିର୍ମାଣ କରିଥିଲେ। ଯାହା ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ସହ ରାଜ୍ୟ ପାଇଁ ଗୌରବ ସାଉଁଟିଛି । ଏଥିପାଇଁ ଶ୍ରୀ ପଟ୍ଟନାୟକ ନିଜକୁ ଧନ୍ୟ ମନେକରି କରିଛନ୍ତି। ଏହା ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି। 

ବାଲୁକା କଳାରେ ୧୨୦୦୦ ଗୁଆ, ୫୦୦ନଡ଼ିଆ ଏବଂ ୧୧୦୦ ଦିଆସିଲି ବ୍ୟବହାର କରି ବାଲି ବୋଇତ ନିର୍ମାଣ କରିଥିଲେ । ଯାହା ୱାର୍ଲ୍ଡ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରମାଣିତ ଓ ପୁରସ୍କୃତ ହୋଇଛି।