ମାଲକାନଗିରି, ୪/୧୧ (ଆପ୍ର ) : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ଗୁମଗୁଡା ଜଙ୍ଗଲରୁ ମାଓବାଦୀଙ୍କ ବନ୍ଧୁକ ଓ ବୋମା ତିଆରି କାରଖାନାକୁ ପୁଲିସ ଠାବ କରିଛିଭିଜିଏଲ ଲଞ୍ଚର, ରକେଟ ଲଞ୍ଚର ସହ ବହୁ ପରିମାଣ ବନ୍ଧୁକ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇ ମାଓବାଦୀଙ୍କ ବଡ଼ ଧରଣର ହିଂସାକାଣ୍ଡକୁ ପଣ୍ଡୁର କରିଦେଇଛି ପୁଲିସ ।

ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସୀମାନ୍ତ ସୁକୁମା ଜିଲ୍ଲା ଗୁମଗୁଡା ଜଙ୍ଗଲରେ ଡିଆରଜି,ଡିଭିଏଫ ଯବାନ ଓ ସୁରକ୍ଷା ବାହିନୀ ଏକ ବଡ଼ ଧରଣର କୁମ୍ବିଂ ଅପରେସନ ଅଭିଯାନ ଚଳାଇଥିଲେ।ସେହି ଜଙ୍ଗଲ ରେ ମାଓବାଦୀଙ୍କ  ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଠାବ କରି ଧ୍ୱଂସ କରିବାରେ ସଫଳ ହୋଇଛନ୍ତି। ଘଟଣାସ୍ଥଳରୁ ଭିଜିଏଲ ଲଞ୍ଚର,୧୭ଟି ରାଇଫଲ୍, ରକେଟ୍ ଲଞ୍ଚର୍, ବୋମା ଏବଂ ଅସ୍ତ୍ରଶସ୍ତ୍ର ତିଆରି ବହୁପରିମାଣ ଉପକରଣ ଜବତ କରାଯାଇଛି।ଡିଆରଜି ଦଳର ରଣନୈତିକ ଅଭିଯାନ ମାଓ ନେଟୱାର୍କକୁ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ଅସ୍ତ୍ରଶସ୍ତ୍ର ମରାମତି ଏବଂ ଉତ୍ପାଦନ ପାଇଁ ଏକ ଗୁପ୍ତ ଆଧାର ଏବେ ଧ୍ୱଂସାବଶେଷରେ ପରିଣତ ହୋଇଛି। ସୁକୁମା ଏସପି କିରଣ ଚୌହାନ କହିଛନ୍ତି ଯେ ମାଓବାଦୀମାନଙ୍କ ପାଖରେ ଏବେ କେବଳ ଗୋଟିଏ ବିକଳ୍ପ ଅଛି ପୁନର୍ବାସ ମାଧ୍ୟମରେ ପୁନରୁଦ୍ଧାର  ଆତ୍ମସମର୍ପଣ କରି ମୂଖ୍ୟ ସ୍ରୋତରେ ସାମିଲ ହେବେ