ଭୁବନେଶ୍ୱର,୨୯/୧୦ : ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ରାଉରକେଲା ସହର ଏବଂ ଭୁବନେଶ୍ୱରରୁ ରାଉରକେଲା ରାଜପଥ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସର୍ବାଧିକ ଡାଉନଲୋଡ୍ ସ୍ପିଡ୍ ସହିତ ଶୀର୍ଷରେ ରହିଛି । ଟ୍ରାଇର ନିୟମିତ ସେବା ଗୁଣବତ୍ତା (କ୍ୟୁଓଏସ) ଅଡ଼ିଟର ଏକ ଅଂଶ ଭାବେ, ଓଡ଼ିଶା ସେବା କ୍ଷେତ୍ର (ଏଲଏସଏ) ଅଧୀନରେ ୧୯ଅଗଷ୍ଟରୁ ୨୨ଅଗଷ୍ଟ ୨୦୨୫ମଧ୍ୟରେ, ରାଉରକେଲା ସହର ଏବଂ ଭୁବନେଶ୍ୱରରୁ ରାଉରକେଲା ରାଜପଥରେ କରାଯାଇଥିବା ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ୩୫୫କିଲୋମିଟର ରାଉରକେଲା ସହର ଡ୍ରାଇଭ୍ ଟେଷ୍ଟ, ୩୩୧.୪କିଲୋମିଟର ଭୁବନେଶ୍ୱରରୁ ରାଉରକେଲା ରାଜପଥ, ୩.୬କିଲୋମିଟର ପାଦ ଚଲା ପରୀକ୍ଷଣ ଏବଂ ୮ଟି ହଟସ୍ପଟ୍ ସ୍ଥାନରେ ପରୀକ୍ଷଣ ସାମିଲ ରହିଥିଲା।

ରାଉରକେଲା ସହର ଏବଂ ଭୁବନେଶ୍ୱର-ରାଉରକେଲା ରାଜପଥରେ ଟ୍ରାଇ ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣରେ, ରିଲାଏନ୍ସ ଜିଓ ଏହାର ସୁଦୃଢ ନେଟୱାର୍କକୁ ପ୍ରମାଣିତ କରି ସର୍ବାଧିକ ୧୯୧.୧୦ଏମବିପିଏସ ହାରାହାରି ଡାଟା ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଛି । ବ୍ୟସ୍ତ ବହୁଳ ହଟସ୍ପଟ୍‌ ଗୁଡ଼ିକରେ ମଧ୍ୟ ଜିଓ ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ୨୧୯.୪୩ ଏମବିପିଏସ ହାସଲ କରିଛି । ହଟସ୍ପଟ୍‌ଗୁଡ଼ିକରେ ଜିଓ ସର୍ବାଧିକ ୩୯.୭୭ଏମବିପିଏସ ୪ଜି ଡାଉନଲୋଡ୍ ସ୍ପିଡ୍ ରେକର୍ଡ଼ କରିଛି । ହଟସ୍ପଟ୍‌ଗୁଡ଼ିକରେ ୫ଜି ଅପଲୋଡ୍ ସ୍ପିଡରେ ଜିଓ ୨୫.୪୦ ଏମବିପିଏସ ହାସଲ କରିଛି । ଜିଓ ମଧ୍ୟ ୧୮.୪ ଏମବିପିଏସର ଏକ ଦୃଢ଼ ହାରାହାରି ୪ଜି ଅପଲୋଡ୍ ସ୍ପିଡ୍ ବଜାୟ ରଖିଛି।

ଏହାର ସୁଦୃଢ଼ ନେଟୱାର୍କ କ୍ଷମତା ସହିତ, ରିଲାଏନ୍ସ ଜିଓ ଭଏସ ସ୍ପଷ୍ଟତା, ମ୍ ଲାଟେନ୍ସୀ ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ନୂଆ ମାନଦଣ୍ଡ ସ୍ଥାପନ କରି ଚାଲିଛି, ଯାହା ଡିଜିଟାଲ୍ ଇଣ୍ଡିଆର ସୁଫଳକୁ ଦେଶର କୋଣ ଅନୁକୋଣର ନିକଟତର କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରିପସନ୍ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏକ ନମ୍ବର ରହିଥିବା ରିଲାଏନ୍ସ ଜିଓର ରାଜ୍ୟରେ ୧.୬୭ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୬.୧୪ ଲକ୍ଷରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ (ଜିଓଫାଇବର ଓ ଜିଓଏୟାରଫାଇବର) ଗ୍ରାହକ ରହିଛନ୍ତି, ଯାହା ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ବଳରେ ସମ୍ଭବ ହୋଇଛି।

ବିବିଧ ବ୍ୟବହାର ପରିବେଶ - ସହରାଞ୍ଚଳ କ୍ଷେତ୍ର, ପ୍ରତିଷ୍ଠାନଗତ ହଟସ୍ପଟ୍, ଗ୍ରାମାଞ୍ଚଳ ଆବାସିକ ଅଞ୍ଚଳ ଇତ୍ୟାଦିରେ ବାସ୍ତବ ସମୟ ନେଟୱାର୍କ ଦକ୍ଷତାକୁ ପରଖିବା ପାଇଁ ଟ୍ରାଇ ପକ୍ଷରୁ ବିସ୍ତୃତ ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ କରାଯାଇଥିଲା। ଟ୍ରାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଉରକେଲା ସହରରେ ନେଟୱାର୍କ ସ୍ଥିତି ମୂଲ୍ୟାଙ୍କନ ପ୍ରକ୍ରିୟାରେ ଟିମ୍ଜୋର, ଲାଠିକଟା, ହାତୀବୁରା, ରିଙ୍ଗ ରୋଡ୍, ରାଉରକେଲା ବିସ୍ରା ଜରାଇକେଲା ରୋଡ୍, ନୂଆଗାଁ, କୁଆରମୁଣ୍ଡା, ବୀରମିତ୍ରପୁର, ବିସ୍ରା, ଝିରପାଣି, କୋଏଲ ନଗର, ଛେଣ୍ଡ ମେନ ରୋଡ଼, ପାନପୋଷ ରୋଡ୍ ଏବଂ ପିତାମହଲ ଡ୍ୟାମ୍ ରୋଡ୍ ଇତ୍ୟାଦି ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା। ରାଉରକେଲା ସହରର ରାଉରକେଲା ରେଳ ଷ୍ଟେସନରେ ପଦଯାତ୍ରା ପରୀକ୍ଷା କରାଯାଇଥିଲା। ସ୍ଥିର ଉପଭୋକ୍ତା ଅଭିଜ୍ଞତାକୁ ପ୍ରତିଫଳିତ କରିବା ପାଇଁ ଟ୍ରାଇ ରାଉରକେଲା ସହରର କଲେକ୍ଟର ଅଫିସ୍, ଜିଲ୍ଲା ଏବଂ ସେସନ୍ସ କୋର୍ଟ ପରିସର, ସରକାରୀ ମେଡିକାଲ୍ ହସ୍ପିଟାଲ୍, ମ୍ୟୁନିସିପାଲ୍ କର୍ପୋରେସନ୍, ଏନଆଇଟି ରାଉରକେଲା, ରାଉରକେଲା ବସ୍ ଷ୍ଟାଣ୍ଡ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଏସଟିଆଇ ମାର୍କେଟ୍ କଂପ୍ଲେକ୍ସରେ ବାସ୍ତବ ପରିସ୍ଥିତିର ମୂଲ୍ୟାଙ୍କନ ମଧ୍ୟ କରିଥିଲା। ସେହିଭଳି ଭୁବନେଶ୍ୱରରୁ ରାଉରକେଲା ରାଜପଥରେ ଏହି ମୂଲ୍ୟାଙ୍କନରେ ସୁନାପର୍ବତ, ଲୋହଦାର, ରାନିବର୍ନା, ବାଙ୍କି, ମୁସାବିରା, ବରଘଟ, ଦାର୍ଜିଙ୍ଗ, ଜୁଣିଆଣି, ଗୁଢ଼ିଆଲି, ଝଲିଆବର୍ନା, କେନାଭେଟା, ଟୁନିଆପାଲି, ଖୁଲୁଣ୍ଡିକୁଦର, ଲାଖପାଲୀ, କାମାକ୍ଷାନଗର ଏବଂ କଟକ ଇତ୍ୟାଦି ସାମିଲ ରହିଥିଲା।