ନୂଆଦିଲ୍ଲୀ,୧୪ /୦୫: ଶପଥ ନେଲେ ସୁପ୍ରିମକୋର୍ଟ ନୂଆ ସିଜେଆଇ । ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବି.ଆର୍ ଗବାଇ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଗବାଇଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ସୁପ୍ରିମକୋର୍ଟ ବିଚାରପତିମାନେ ଉପସ୍ଥିତ ଥିଲେ । ଜଷ୍ଟିସ୍ ବି.ଆର୍ ଗବାଇଙ୍କ ପରିବାର ବି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ହିନ୍ଦୀ ଭାଷାରେ ଶପଥ ନେଇଥିଲେ ଜଷ୍ଟିସ ଗବାଇ ।
ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ପରେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ଦେଶର ୫୨ତମ ଚିଫ୍ ଜଷ୍ଟିସ୍ ଭାବେ ଶପଥ ନେଇଛନ୍ତି । ଜଷ୍ଟିସ ଗବାଇ ନଭେମ୍ବର ୨୩ ଯାଏ ସିଜେଇ ରହିବେ । ଜଷ୍ଟିସ୍ ଗବାଇ ବୌଦ୍ଧ ଧର୍ମ ଉପରେ ଆସ୍ଥା, ବିଶ୍ୱାସ ରଖୁଥିବା ପ୍ରଥମ ଏବଂ ଅନୁସୂଚିତ ଜାତି ବର୍ଗର ଦ୍ୱିତୀୟ ପ୍ରଧାନ ବିଚାରପତି । ତାଙ୍କ ସାମ୍ନାରେ ୱାକଫ୍ ବିଲ୍ ମାମଲାର ଶୁଣାଣି ଚ୍ୟାଲେଞ୍ଜ ରହିବ । ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ପରେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ଦେଶର ଚିଫ୍ ଜଷ୍ଟିସ୍ ଭାବେ ଶପଥ ନେଇଛନ୍ତି । ଜଷ୍ଟିସ୍ ଗବାଇ ନଭେମ୍ବର ୨୩ ଯାଏ ସିଜେଇ ରହିବେ । ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇଙ୍କ ଜନ୍ମ ୧୯୬୦ ମସିଲା ନଭେମ୍ବର ୨୪ରେ ମହାରାଷ୍ଟ୍ର ଅମରାବତୀରେ ହୋଇଥିଲା । ତାଙ୍କର ରାଜନୈତିକ ପରିବାର । ତାଙ୍କ ବାପା ରାମକୃଷ୍ଣ ଗବାଇ ଏମଏଲସି, ଲୋକସଭା ସାଂସଦ ଓ ୩ ରାଜ୍ୟର ରାଜ୍ୟପାଳ ଥିଲେ । ବି ଆର ଗବାଇ ୨୦୦୩ରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିଲେ । ୨୦୧୯ ମେ ୨୪ରେ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ । ଚିିଫ୍ ଜଷ୍ଟିସ୍ଙ୍କ କାର୍ଯ୍ୟକାଳ ୬ ମାସ ଅର୍ଥାତ ନଭେମ୍ୱର ଯାଏ ରହିଛି ।
#WATCH | Delhi: President Droupadi Murmu administers oath of office to Justice BR Gavai as the Chief Justice of India (CJI).
— ANI (@ANI) May 14, 2025
(Video Source: President of India/social media) pic.twitter.com/3J9xMbz3kw
ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହେବାର ୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ ଗବାଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଜଷ୍ଟିସ୍ ଗବାଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଜରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଦେଶବ୍ୟାପୀ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଉକ୍ତ ନିଷ୍ପତ୍ତିରେ କୁହାଯାଇଥିଲା କି କାହାର ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରଥମେ ତାଙ୍କୁ ନୋଟିସ୍ କରାଯିବ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୫ ଦିନ ସମୟ ଦିଆଯିବ । ଜମ୍ମୁରେ ଧାରା ୩୭୦ ହଟିବାକୁ ନେଇ ଗଠିତ ଖଣ୍ଡପୀଠରେ ମଧ୍ୟ ଗବାଇ ଥିଲେ ।୨୦୧୬ ନୋଟବନ୍ଦୀକୁ ସାମ୍ୱିଧାନିକ ଓ ଆଇନ୍ କରିବାକୁ ଗଠିତ ଖଣ୍ଡପୀଠରେ ମଧ୍ୟ ଜଷ୍ଟିସ୍ ଗବାଇ ଥିଲା ।
#WATCH | Delhi: CJI BR Gavai greets President Droupadi Murmu, Prime Minister Narendra Modi, Vice President Jagdeep Dhankhar, former President Ram Nath Kovind and other dignitaries at the Rashtrapati Bhavan. He took oath as the 52nd Chief Justice of India.
— ANI (@ANI) May 14, 2025
(Video Source:… pic.twitter.com/yMUL0Sw3LH