ନୂଆଦିଲ୍ଲୀ,୧୪ /୦୫: ଶପଥ ନେଲେ ସୁପ୍ରିମକୋର୍ଟ ନୂଆ ସିଜେଆଇ । ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ  ନେଇଛନ୍ତି ଜଷ୍ଟିସ୍ ବି.ଆର୍ ଗବାଇ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଗବାଇଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ସୁପ୍ରିମକୋର୍ଟ ବିଚାରପତିମାନେ ଉପସ୍ଥିତ ଥିଲେ । ଜଷ୍ଟିସ୍ ବି.ଆର୍ ଗବାଇଙ୍କ ପରିବାର ବି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ହିନ୍ଦୀ ଭାଷାରେ ଶପଥ ନେଇଥିଲେ ଜଷ୍ଟିସ ଗବାଇ ।

ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ପରେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ଦେଶର ୫୨ତମ ଚିଫ୍ ଜଷ୍ଟିସ୍ ଭାବେ ଶପଥ ନେଇଛନ୍ତି । ଜଷ୍ଟିସ ଗବାଇ ନଭେମ୍ବର ୨୩ ଯାଏ ସିଜେଇ ରହିବେ । ଜଷ୍ଟିସ୍ ଗବାଇ ବୌଦ୍ଧ ଧର୍ମ ଉପରେ ଆସ୍ଥା, ବିଶ୍ୱାସ ରଖୁଥିବା ପ୍ରଥମ ଏବଂ ଅନୁସୂଚିତ ଜାତି ବର୍ଗର ଦ୍ୱିତୀୟ ପ୍ରଧାନ ବିଚାରପତି । ତାଙ୍କ ସାମ୍ନାରେ ୱାକଫ୍ ବିଲ୍ ମାମଲାର ଶୁଣାଣି ଚ୍ୟାଲେଞ୍ଜ ରହିବ । ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ପରେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ଦେଶର ଚିଫ୍ ଜଷ୍ଟିସ୍ ଭାବେ ଶପଥ ନେଇଛନ୍ତି । ଜଷ୍ଟିସ୍ ଗବାଇ ନଭେମ୍ବର ୨୩ ଯାଏ ସିଜେଇ ରହିବେ ।  ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇଙ୍କ ଜନ୍ମ ୧୯୬୦ ମସିଲା ନଭେମ୍ବର ୨୪ରେ ମହାରାଷ୍ଟ୍ର ଅମରାବତୀରେ ହୋଇଥିଲା । ତାଙ୍କର ରାଜନୈତିକ ପରିବାର । ତାଙ୍କ ବାପା ରାମକୃଷ୍ଣ ଗବାଇ ଏମଏଲସି, ଲୋକସଭା ସାଂସଦ ଓ ୩ ରାଜ୍ୟର ରାଜ୍ୟପାଳ ଥିଲେ । ବି ଆର ଗବାଇ ୨୦୦୩ରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିଲେ । ୨୦୧୯ ମେ ୨୪ରେ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ । ଚିିଫ୍ ଜଷ୍ଟିସ୍‌ଙ୍କ କାର୍ଯ୍ୟକାଳ ୬ ମାସ ଅର୍ଥାତ ନଭେମ୍ୱର ଯାଏ ରହିଛି ।

ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହେବାର ୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ ଗବାଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଜଷ୍ଟିସ୍ ଗବାଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଜରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଦେଶବ୍ୟାପୀ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଉକ୍ତ ନିଷ୍ପତ୍ତିରେ କୁହାଯାଇଥିଲା କି କାହାର ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରଥମେ ତାଙ୍କୁ ନୋଟିସ୍ କରାଯିବ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୫ ଦିନ ସମୟ ଦିଆଯିବ । ଜମ୍ମୁରେ ଧାରା ୩୭୦ ହଟିବାକୁ ନେଇ ଗଠିତ ଖଣ୍ଡପୀଠରେ ମଧ୍ୟ ଗବାଇ ଥିଲେ ।୨୦୧୬ ନୋଟବନ୍ଦୀକୁ ସାମ୍ୱିଧାନିକ ଓ ଆଇନ୍‌ କରିବାକୁ ଗଠିତ ଖଣ୍ଡପୀଠରେ ମଧ୍ୟ ଜଷ୍ଟିସ୍ ଗବାଇ ଥିଲା ।