କେନ୍ଦୁଝର ସଦର,୧୨/୯(ଆପ୍ର): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କରଞ୍ଜିଆପଡା ଠାରେ ମା' ତାରିଣୀ କ୍ଲବର ୧୯ତମ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଦିବସର ଫାଇନାଲ ମ୍ୟାଚ ବଡ଼ବିଲ ଠାକୁରାଣୀ(ଓଡିଶା)ଏବଂ ବିଜୟ ଏକାଦଶ(ଝାରଖଣ୍ଡ ) ମଧ୍ୟରେ ଖୁବ୍ ସଂଘର୍ଷମୟ ଖେଳ ଦେଖିବାକୁ ମିଳିଥିଲା । ଏଥିରେ ବଡ଼ବିଲ ଠାକୁରାଣୀ ୦-୩ ଗୋଲରେ ବିଜୟ ହୋଇ ଚଳିତ ବର୍ଷର ଚମ୍ପିୟାନ ହୋଇଛି ।
ଖେଳ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ମା' ତାରିଣୀ କ୍ଲବ ୧୯ ବର୍ଷ ଧରି କୋଣଅନୁକୋଣରେ ଥିବା ପ୍ରତିଭାମାନଙ୍କୁ ସୁଯୋଗ ଦେବା ସହିତ ସମ୍ମାନିତ କରିଆସୁଛି। ରାଜ୍ୟ ସରକାର କ୍ରୀଡା ଏବଂ ତତସଂଲଗ୍ନ ବିଭିନ୍ନ ବିଷୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଛନ୍ତି ଯେ, ୩୧୪ ବ୍ଲକରେ ଏକ ଭବ୍ୟ ଷ୍ଟାଡିୟମ ନିର୍ମାଣ ସହିତ ପ୍ରତେକ ପଞ୍ଚାୟତରେ ମଧ୍ୟ ମିନି ଷ୍ଟାଡିୟମ ନିର୍ମାଣ କରାଯିବ ଆଗାମୀ ଅଲମ୍ପିକ୍ସ କ୍ରୀଡାରେ କିପରି ଓଡିଶାର ଖେଳାଳି ମାନେ ଭାରତର ନେତୃତ୍ୱ ନେବେ ସେନେଇ ଉଚ୍ଚ ମାନର ପ୍ରଶିକ୍ଷଣ ଦିଆଯିବାକୁ ବ୍ୟବସ୍ତା କରାଯାଉଛି। ଆମ ପାଖରେ ପରବର୍ତ୍ତୀ ଫୁଟବଲ ଷ୍ଟାର ପାଇପାରନ୍ତି ତାହା ଟିଭି ପରଦାରେ ଦେଖିବାର ସୁଯୋଗ ପାଇପାରିଵା ବୋଲି କହିଥିଲେ। ଏହାସହ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମ ମାଟିରେ ଆସିବାର ସୁଯୋଗ ପାଇ ଖୁସି ପ୍ରକଟ କରିଥିଲେ ଉପମୁଖ୍ୟମନ୍ତ୍ରୀ।
ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ବିଜେପି ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ ଏବଂ ମା' ତାରିଣୀ କ୍ଲବର ସଭାପତି ବଳଭଦ୍ର ମହାନ୍ତ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ବିଜୟୀ ଦଳ ତ୍ରିଶୂଳ ଏକ୍ସଆଇ ଠାକୁରାଣୀକୁ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ। ସେହିଭଳି ରନର୍ସଅପ ଦଳ ବିଜୟ ଇଲେଭେନ ଝାରଖଣ୍ଡକୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।
ମା' ତାରିଣୀ କ୍ଲବର ସମ୍ପାଦକ କେଶବଚନ୍ଦ୍ର ମହାନ୍ତ, କୋଷାଧକ୍ଷ ରମେଶ ଚନ୍ଦ୍ର ମହାନ୍ତ, ସଦସ୍ୟ ରବିନାରାୟଣ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ନରହରୀ ମହାନ୍ତ, ନିରାକାର ମହାନ୍ତ, ହେମନ୍ତ ମହାନ୍ତ, ସୁନୀଲ ରାଉତ, ଭରତ ଚନ୍ଦ୍ର ମହାନ୍ତ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ୪୮ଦଳକୁ ପାଞ୍ଚଦିନ ଧରି ଖେଳ ପରିଚାଳନା କରି ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ। ଜୋନ ପାତ୍ର ଏବଂ ତାଙ୍କ ସହଯୋଗୀ ମାନେ ଓଡ଼ିଆ, ହିନ୍ଦୀ, ଇଂରାଜି, ବଙ୍ଗଳା, ସାନ୍ତାଳୀ ଭାଷାରେ ଧାରାବିବରଣୀ ପ୍ରଦାନ କରିଥିଲେ।