କେନ୍ଦୁଝର, ୬।୧୧ : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଫୋନ ପେ’ରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି।  କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଣକ ହେଉଛନ୍ତି ବିପ୍ଳବ କେଶରୀ ସାମନ୍ତରାୟ

ଜଣେ ସ୍ୱେଚ୍ଛାସେବୀ ସଙ୍ଗଠନର ବିଲ୍‌ ପାସ କରାଇବାକୁ  ବିପ୍ଲବ ଲାଞ୍ଚ ନେଉଥିଲେ। ତାହା ପୁଣି ଫୋନ ପେ ଜରିଆରେ ନେଇଥିଲେ । ଭଜିଲାନ୍ସ  ଦ୍ୱାରା ଧରାପଡିବା ପରେ ଶ୍ରୀ ସାମନ୍ତରାୟଙ୍କ ଘର, ଫାର୍ମ ହାଉସରେ ଚଢଉ ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାର ମଦନପୁରରେ ଏକ ଫାର୍ମ ହାଉସ ସହିତ ଭୁବନେଶ୍ଵରରେ ଏକ ୩ ହଜାର ବର୍ଗଫୁଟର କୋଠା ଭିଜିଲାନ୍ସ  ଠାବ କରିଛି।