କେନ୍ଦୁଝର ସଦର,୨୬/୧୦ :  ଚଳିତ ମାସ ୨୪ତାରିଖରୁ ଗୁଜୁରାଟର ସୁରଟଠାରେ ଜାତୀୟ କୁଡ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏଥିରେ ଓଡ଼ିଶା ଦଳରେ ସାମିଲ ଥିବା କେନ୍ଦୁଝର ଜିଲ୍ଲାର ବୈଷ୍ଣବୀ ଗୁପ୍ତା ଭାଗ ନେଇ ରବିବାର କନିଷ୍ଠ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ସମଗ୍ର କେନ୍ଦୁଝର ଜିଲ୍ଲା ତଥା ରାଜ୍ୟକୁ ଗର୍ବିତ କରିଛନ୍ତି ।

ବୈଷ୍ଣବୀ କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଅଧ୍ୟନରତ ଥିବାବେଳେ କେନ୍ଦୁଝରଗଡ଼ ରେଳ ଷ୍ଟେସନର ଇନଷ୍ଟିଚ୍ୟୁଟଠାରେ ତପନ କୁମାର ପୁର୍ପି ଓ ଜଗନ୍ନାଥ ଟୁଡୁଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ବାପା ସଞ୍ଜୟ କୁମାର ପୂର୍ବତଟ ରେଳପଥର କେନ୍ଦୁଝରଠାରେ ଟ୍ରେନ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ମାତା ଗୁଡି କୁମାରୀ ଜଣେ ଗ୍ରୁହୁଣୀ।ବୈଷ୍ଣବୀଙ୍କୁ ଏହି ସଫଳତା ପାଇଁ ସମସ୍ତ ରେଳ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି।