କେନ୍ଦ୍ରାପଡା,୧୯/୯ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବେଣାକନ୍ଦା ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି l ଲକ୍ଷ୍ମୀ ଦଳେଇ ନାମକ ଜନୈକ ମହିଳା ଜଣଙ୍କ ଆଜି ଗୋବରୀ ନଦୀ ପଠାକୁ ଘାସ କାଟିବାକୁ ଯାଇ ଆଉ ଫେରି ନ ଥିଲେ l ତାଙ୍କୁ କୁମ୍ବୀର ଟାଣି ନେଇଥିବା ପରିବାର ଲୋକେ ଆଶଙ୍କା କରୁଛନ୍ତି l ଲକ୍ଷ୍ମୀ ନିଖୋଜ ହେବା ପରେ ନଦୀରେ ଗାଁ ଲୋକ ଖୋଜାଖୋଜି ଆରମ୍ଭ କରିଛନ୍ତି l ନିଖୋଜ ଲକ୍ଷ୍ମୀଙ୍କର ୩ଟି ଝିଅ ଥିବା ଜଣାପଡ଼ିଛି l