ଭୁବନେଶ୍ୱର, ୧୬/୧୦ : ନୂଆପଡ଼ା ରାଜନୀତିରେ ଟ୍ଵିଷ୍ଟ। ବିଜେଡିକୁ ଝଟ୍କା ପରେ ଝଟ୍କା। ଆଗେ ବିଜେଡି ପ୍ରାର୍ଥୀ ହାଇଜ୍ୟାକ୍ ହେଲା ଏବେ ଦଳ ଛାଡ଼ିଲେ ବରିଷ୍ଠ ନେତା। ବିଜେଡି ଛାଡ଼ି ବିଜେପିରେ ମିଶିଲେ ଲମ୍ବୋଦର ନିଆଲ। କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍ରେ ଲଢ଼ିଥିଲେ ଲମ୍ବୋଦର।
ସୂଚନା ଥାଉକି, ଆଜି ବିଜେପିରେ ମିଶିବା ପୂର୍ବରୁ ଲମ୍ବୋଦର ନିଆଲ ଶତାଧିକ ସମର୍ଥକଙ୍କ ସହ ଜୟ ଢୋଲକିଆଙ୍କ ଘରକୁ ଯାଇଥିଲେ । ଜୟ ଢୋଲକିଆଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ବିଜେଡିରୁ ଲମ୍ବୋଦର ନିଆଲ ଇସ୍ତଫା ଦେଇଥିଲେ । ବିଜେଡି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ଏହାପର ସେ BJPର ମିଶ୍ରଣ ପର୍ବରେ ପଦ୍ମ ଧରିଥିଲେ।