ପାତ୍ରପୁର,୨୯/୧୦ : ପାତ୍ରପୁର ବ୍ଲକରେ ଜିଲ୍ଲାର ସର୍ବାଧିକ ବର୍ଷା ହେବା ଫଳରେ ତାଡ଼କାସାହିଠାରୁ ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ଗ୍ରାମ ବୁଲାଣି ନିକଟରେ ମାଟି ଅତଡ଼ା ଖସି ପଡ଼ିଛି । ଫଳରେ ପାହାଡ଼ ଉପରେ ଥିବା କୋଡ଼ିଏରୁ ଊର୍ଦ୍ଧ୍ବ  ଗ୍ରାମର ଯାତାୟତ ବନ୍ଦ ହୋଇଯାଇଛି ।

ଗତକାଲି ଏହି ରାସ୍ତା ଚରିଆ ବାଡ୍ ଘାଟିରେ ଗଛ ସହିତ ପଥର ପଡ଼ିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ ରାସ୍ତା ସଫା କରିଥିଲେ । ବୁଧବାର ମାଟି ଅତଡ଼ା ଖସି ଯାତାୟାତ ବନ୍ଦ ପରେ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ପଥର ଓ ମାଟି ବାହାର କରାଯାଇଛି।