କଟକ, ୨୭/୧୦: ଐତିହାସିକ ବାଲିଯାତ୍ରା  ପାଇଁ ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ଚଳିତବର୍ଷ  ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ବିଭିନ୍ନ ନୂଆ ନୂଆ ଥିମ୍‌ରେ ଭିନ୍ନ ଧରଣର ଆର୍ଟ  ହେଉଥିବା ବେଳେ ମହାନଦୀରେ ଚିତ୍ତାକର୍ଷକ  ଜଳକ୍ରୀଡ଼ା ଏବଂ ଲେଜର ଲାଇଟ୍‌ ସୋଦେଖିବାକୁ  ମିଳିବ । ବିଶେଷକରି ମହାନଦୀରେ ଜଳକ୍ରୀଡ଼ା  କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା  ବେଳେ ଏଥିପାଇଁ ପର୍ଯ୍ୟଟନ ବିଭାଗ ସହ ଆଲୋଚନା ସରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ  ପ୍ରସ୍ତୁତି କରାଯାଉଛି । ବାଲିଯାତ୍ରା ଆରମ୍ଭରୁ ଶେଷ  ପର୍ଯ୍ୟନ୍ତ ମହାନଦୀରେ ଜଳକ୍ରୀଡ଼ା ପାଇଁ ସମସ୍ତ  ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୋଇଂକ୍ୟାନୋଂ ଏବଂ କାୟାକିଂ ଭଳି ବିଭିନ୍ନ ଜଳକ୍ରୀଡ଼ା  କରି ମଜା ନେଇପାରିବେ ବାଲିଯାତ୍ରାକୁ ଆସୁଥିବା  ଦର୍ଶକ । ଏହା ସହ ଭାରତୀୟ ନୌସେନା ପକ୍ଷରୁ  ବିଭିନ୍ନ ଦୁଃସାହସିକ ଜଳକ୍ରୀଡ଼ା କରାଯିବାକୁ ଯୋଜନା  ରହିଛି। ଏହା ସହ ୧୧ ଓ ୧୨ ତାରିଖରେ ଜାତୀୟ  କିମ୍ବା ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ଙ୍କୁ ନେଇ ବିଭିନ୍ନ  କ୍ରୀଡ଼ା ପ୍ରତିଯୋଗିତା କରିବାକୁ ଯୋଜନା ହୋଇଛି ।  ପର୍ଯ୍ୟଟନ ବିଭାଗ ପକ୍ଷରୁ ଏପରି ଯୋଜନା ହେଉଥିବା  ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନକୁ ବିଧିବଦ୍ଧ  ଭାବେ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା  ଜଣାପଡ଼ିଛି । ବାଲିଯାତ୍ରାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ  ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଦେଉଥିବା ବେଳେ  ୟୁନେସ୍କୋରୁ ଐତିହ୍ୟ ମେଳାର ମାନ୍ୟତା ପ୍ରଦାନ  ଦିଗରେ ଅନ୍ୟତମ ପଦକ୍ଷେପ ବୋଲି କୁହାଯାଉଛି ।

ସେହିପରି ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣ  ଭାବେ ଚଳିତବର୍ଷ ଚିତ୍ତାକର୍ଷକ ଲେଜର ଲାଇଟ୍‌ ସୋ’  କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି ।  ଏଥିପାଇଁ ବାଲିଯାତ୍ରାରେ ବିଭିନ୍ନ କାର୍ଯ୍ୟ କରୁଥିବା  ଆଡ୍‌ଭାଇଟାଇଜିଂ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।  ଗତବର୍ଷ ପରି ମହାନଦୀରେ ଆକର୍ଷଣୀୟ ଲେଜର  ଲାଇଟ୍‌ ସୋକରିବାକୁ ଯୋଜନା ହୋଇଥିବା  ବେଳେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଉଛି ।  ୮ ଦିନ ହେବାକୁ ଥିବା ବାଲିଯାତ୍ରାରେ ୩ ଦିନ  ଲେଜର ଲାଇଟ୍‌ ସୋପ୍ରଦର୍ଶିତ ହେବ ।

ମହାନଦୀ  ପାଣି ଯେପରି ଏକ ଜୀବନ୍ତ କାନ୍‌ଭାସ୍‌ ଭଳି  ଇତିହାସ, ପୁରାଣ ଏବଂ ସଂସ୍କୃତିର ମିଶ୍ରଣରେ  ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ଗାଥା ଏହି ସୋ’  ମାଧ୍ୟମରେ ଦେଖିବାକୁ ମିଳିବ । ଏହା ସହ ସାଉଣ୍ଡ୍‌ ଓ  ଲାଇଟ୍‌ ମିଶ୍ରିତ ୩-ଡି ଆନିମେଟେଡ୍‌ ବିଷୟବସ୍ତୁର  ବିଭିନ୍ନ ପ୍ରଦର୍ଶନ ଦେଖିବାକୁ ମିଳିବ । ଦର୍ଶକ ଦୂରରୁ  ଏହି ସୋଦେଖି ପାରିବା ପାଇଁ ଅତି ଉଚ୍ଚକ୍ଷମତା  ସମ୍ପନ୍ନ ପ୍ରୋଜେକଟର୍‌ ଲାଗିବ ବୋଲି ଜଣାପଡ଼ିଛି ।