ଢେଙ୍କାନାଳ,୬/୧୧ : ସ୍ମାର୍ଟ ମିଟର ବିରୋଧରେ ତାତିଲା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ । ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିବା ସହ ଭଙ୍ଗା ରୁଜା କରିଛି । ସ୍ମାର୍ଟ ମିଟର ଲଗାଇ ନ ଦେବାକୁ ସଂଘ ଚେତାବନୀ ଦେଇଛି । ମନମୁଖି ଭାବେ ମିଟର ଖରାପ ଥିବା କହି ଜରିମାନା ଆଦାୟ ସହ ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଯାଉଛି ।  ଓକିଲ ସଂଘ ଏହାକୁ ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଇଥିଲା।

ସଂଘ ସହ ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ୬ତାରିଖ ଅର୍ଥାତ ଆଜି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଆଲଚନାରେ ସାମ୍ବାଦିକଙ୍କୁ ସାମିଲ ନ କରିବାକୁ କହିଥିଲେ। ଓକିଲ ସଂଘ ରାଜି ନ ହେବାରୁ ଆଲୋଚନା ହୋଇ ନ ଥିଲା । ଆଜି ଓକିଲ ସଂଘର ଜରୁରୀ ବୈଠକ ବସିଥିଲା। କର୍ତ୍ତୃପକ୍ଷ ନ ଆସିଥିବାରୁ ସଂଘ ଆଲୋଚନା ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ମାତ୍ର କାର୍ଯ୍ୟାଳୟ ତାଲା ପକାଇ ପଳାଇଯାଇଥିଲେ ।

ଯୋଗାଯୋଗ କରିବାରୁ ଭୁବନେଶ୍ୱର ଯାଇଥିବା କହିଥିଲେ । ଆଲୋଚନା ପାଇଁ ଡାକି କିଭଳି ଭୁବନେଶ୍ୱର ଗଲେ ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳଚନ୍ଦ୍ର ପାତ୍ର ପ୍ରଶ୍ନ କରିଛନ୍ତି । ଜିଲ୍ଲାବାସୀଙ୍କ ସ୍ବାର୍ଥ ପାଇଁ ଓକିଲ ସଂଘ ଲଢେଇ କରିବ, ଏଭଳି ମନମୁଖି କାର୍ଯ୍ୟ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଓକିଲ ସଂଘର କର୍ମକର୍ତ୍ତା, ସଦସ୍ୟ ସାମିଲ ଥିଲେ।