​​​​​​​ଭୁବନେଶ୍ବର,୭।୧୦ : ବୁଧବାର ରାଜ୍ୟ ବ୍ୟାପି ଓକିଲ କଲମ ଛାଡ ଆନ୍ଦୋଳନ  କରିବେ।  ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଏବଂ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହ ନ୍ୟାୟିକ ତଦନ୍ତ ଦାବି କଲା ରାଜ୍ୟ ବାର୍ କାଉନସିଲ

ରାଜ୍ୟ ବାର କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇଜଣ ଅଜଣା ଯୁବକ ନିଜ ଘର ସାମ୍ନାରେ  ସୋମବାର  ରାତିରେ ହତ୍ୟା କରିଛନ୍ତି। ଯେଭଳି ଅମାନୁଷିକ ଭାବେ ହତ୍ୟା କଲେ ତାହାର ପ୍ରତିବାଦରେ ବୁଧବାର  ରାଜ୍ୟ ବ୍ୟାପି ଆଇନଜୀବୀ ପେନ ଡାଉନ ଆନ୍ଦୋଳନ କରିବେ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ  ସୂଚନା ଦେଇଛନ୍ତି।

ରାଜ୍ୟର ସବୁ ବାରର ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ ରହିବା  ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ  ବୋଲି ସେ କହିଛନ୍ତି ରାଜ୍ୟ ବାର କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗ୍ରସ୍ତ କରି ଫେରିବା ପରେ ସେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ  ତାଙ୍କ ପରିବାରକୁ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।