ପୋଲସରା,୦୯/୦୬: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ମେଗା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କ ପାଇଁ ଡବଲ ଇଞ୍ଜିନ ସରକାର କରିଥିବା ଯୋଜନା ଉପରେ ଆଲୋକପାତ କରିଥିଲେ ।
ପୋଲସରା ବ୍ଲକର ୨୬ଟି ପଞ୍ଚାୟତରୁ ୧୦୧୫ ଜଣ ହିତାଧିକାରୀଙ୍କୁ ମନ୍ତ୍ରୀ ଏବଂ ସାଂସଦ ଭତ୍ତା ପ୍ରଦାନ କରିଥିଲେ । ମେଗା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ଝୁନୁ ଦାସ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।