ହରଭଙ୍ଗା, ୨୪/୧୦: ଗାଁକୁ ନାହିଁ ରାସ୍ତା, ଆସିଲାନି ମହାପ୍ରୟାଣ ଗାଡ଼ି । ବାଧ୍ୟ ହୋଇ ମଟର ସାଇକେଲରେ ବୁହା ହେଲା ଶବ । ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ବାଇକରେ ବୁହା ହୋଇଛି ମୃତଦେହ । ବିକାଶର ଏଭଳି ବିକଳ ଚିତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କାଚପାଜୁ ଗାଁରୁ ଆସିଛି ।
ଗାଁର ଦୂତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତହେବକୁ ମେଡିକାଲରୁ ମହାପ୍ରୟାଣ ଗାଡ଼ିରେ ଅଣାଯାଇଥିଲା । ମାତ୍ର ଗାଁ ଭତରକୁ ଗାଡ଼ି ପଶିବାକୁ ରାସ୍ତା ନଥିବାରୁ ମୃତକଙ୍କ ପରିବାର ବାଧ୍ୟ ହୋଇ ସୁନାମତିଙ୍କ ଶବକୁ ଏକ ମଟର ସାଇକେଲରେ ବୋହି ନେଇଥିଲେ । ପ୍ରାୟ ୬ କିଲୋମିଟର ବାଇକରେ ବୁହା ହୋଇଥିଲା ଶବ । ଏହାର ଫଟୋ ଏବେ ଭାଇରାଲ୍ ହୋଇଛି । ବୌଦ୍ଧ ଜିଲ୍ଲାରେ ଏଭଳି ଅନେକ ଗାଁ ରହିଛି, ଯେଉଁଠି ମୌଳିକ ସୁବିଧା ଏବେବି ପହଞ୍ଚି ପାରିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।...