ନୂଆଦିଲ୍ଲୀ, ୧୪/୧୦ :  ବିଜେପିରେ ସାମିଲ ହେଲେ ଲୋକପ୍ରିୟ ଗାୟିକା ମୈଥିଲି ଠାକୁର । ବିହାର ବିଜେପି ମୁଖ୍ୟ ଦିଲୀପ ଜୟସଓ୍ବାଲ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ସୂଚନା ମୁତାବକ, ମୈଥିଲିଙ୍କୁ ବିହାରର ଅଲିନଗର ବିଧାନସଭା ସିଟରୁ ବିଜେପିର ଟିକେଟ ମିଳିବା ସୁନିଶ୍ଚିତ ବୋଲି କୁହାଯାଉଛି । ଏହା ପୂର୍ବରୁ ଚର୍ଚ୍ଚା ଥିଲା କି ବ୍ୟାନୀପଟ୍ଟି ସିଟରୁ ତାଙ୍କୁ ଟିକେଟ ମିଳିପାରେ । କିନ୍ତୁ ଯେତେବେଳେ ବିଜେପି ପ୍ରଥମ ଲିଷ୍ଟ୍ ଜାରି କଲା ତ ସେଥିରେ ତାଙ୍କ ନାଁ ସାମିଲ ନ ଥିଲା ।  

ମୈଥିଲି ଠାକୁରଙ୍କ ବ୍ୟତୀତ ଭଭୁଆରୁ ଆରଜେଡିର ବିଧାୟକ ଭରତ ବିନ୍ଦ ବି ବିଜେପିର ସଦସ୍ୟତା ନେଇଛନ୍ତି । ଏହି ଅବସରରେ ବିହାର ବିଜେପିର ମୁଖ୍ୟ ଦିଲୀପ ଜୟସଓ୍ବାଲ କହିଛନ୍ତି କି, ବିପକ୍ଷ ହତାସାରେ ଅଛନ୍ତି । ବିପକ୍ଷ ଗଣମାଧ୍ୟମରେ କିଛି ନା କିଛି ଭୟଭୀତ କରିବାକୁ ପ୍ରୟାସ କରୁଛନ୍ତି ।