​​​​​​​ମାଲକାନଗିରି, ୬/୧୦ (ଆପ୍ର) : ମା ଗଜଲକ୍ଷ୍ମୀଙ୍କ ପୂଜାରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ମାଲକାନଗିରି ଜିଲ୍ଲା ମାଲକାନଗିରି ସହର ପୁରୁଣା ପୋଷ୍ଠ ଅଫିସ ସାହି ପୂଜା ମଣ୍ଡପରେ ମା ଗଜଲଷ୍ମୀ ଙ୍କ ବିରାଟ ମୂର୍ତ୍ତି ନିର୍ମାଣ କରାଯାଇ ଵିଧି ମୁତାବକ ପୂଜା ଆରମ୍ଭ ହୋଇଛି।

ମାଲକାନଗିରି ଜିଲ୍ଲାର ସଦର     ମହାକୁମା ପୁରୁଣା ପୋଷ୍ଟ ଅଫିସ ଲାଇନ ମଣ୍ଡପରେ    ପୂଜା କମିଟି ପକ୍ଷରୁ ଆଡ଼ମ୍ବର ସହ ମା ଗଜ ଲଷ୍ମୀଙ୍କ ପୂଜା ସହ  ସୁଉଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ମଣ୍ଡପ ସଜେଇ ହୋଇଛି। ସ୍ଥାନୀୟ ବଡ଼ବନ୍ଧ ଠାରୁ ଜଳ ଉଠାଇବା ସହ କଳସ ଯାତ୍ରା ରେ ମଣ୍ଡପ କୁ ଅଣ ଯାଇଥିଲା। ଶ୍ରୀ ଗଜଲକ୍ଷ୍ମୀ, ଶ୍ରୀ ସରସ୍ଵତୀ ଓ ଶ୍ରୀ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ ପୁରୁଣା ପୋଷ୍ଟ ଅଫିସ ଲାଇନ ଠାରେ ଗତ ୧୯୯୯ମସିହାରେ ପ୍ରଥମେ ସ୍ୱର୍ଗତ ଶିକ୍ଷକ ପଡିଆରୀ ଆରମ୍ଭ କରିଥିଲେତାପରେ ଠାରୁ ଆଉ ମା ଙ୍କ ପୂଜା ନ ଅଟକି ଦୀର୍ଘ ୨୬ବର୍ଷ ହେଲା ଆଡ଼ମ୍ବର ସହ ପୂଜା ପାଳିତ ହୋଇଆସୁଛୁ ପ୍ରତିଦିନ ଭଜନ ସନ୍ଧ୍ୟା ଓ ଭକ୍ତଙ୍କ ପାଇଁ ଭୋଗ ପ୍ରସାଦର  ବ୍ୟବସ୍ଥା କରାଯାଉଛିଏଠାରେ ମା ଙ୍କ ପୂଜା ଦୀର୍ଘ ସାତ ଦିନ ଧରି ଚାଲିଥାଏ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଶତାଧିକ ଭକ୍ତଙ୍କ ମା ଙ୍କ ଦର୍ଶନ ପାଇଁ ଭିଡ଼ ଲାଗିଥାଏ।