​​​​​​​ମାଲକାନଗିରି,୨୯/୯(ଆପ୍ର ) ମା ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇପଡିଛି ସମଗ୍ର ମାଲକାନଗିରି ଜିଲ୍ଲା।ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସ‌ହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଦୁର୍ଗାଗୁଡିସାହିର ଥିବା ଦୁର୍ଗାମନ୍ଦିର ସହିତ ବିଭିନ୍ନ ମନ୍ଦିରରେ ମା ଙ୍କ ମହାଷ୍ଟମୀ ପୂଜା ପାଳିତ ହେଉଥିବା ବେଳେ ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ପୂଜା ପାଳିତ ହୋଇଛି । 

ବିଶେଷକରି ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ପଢିଆ ନିକଟରେ ଥିବା ସାର୍ବଜନୀନ ଦୁର୍ଗାପୂଜା କମିଟି, ଡିଏନକେ ଛକ ପୂଜା ମଣ୍ଡପ,ସୁବାଷବୋଷ ଟାଉନକ୍ଲବ ପୂଜା କମିଟି ମଣ୍ଡପ ରେ ମା ଙ୍କ ସପ୍ତମୀ ପୂଜା ହୋମ ଯଜ୍ଞ ହୋଇଛି।ଦୁର୍ଗାଗୁଡିସାହି ଠାରେ ଥିବା ମା ଦୁର୍ଗାଙ୍କ ମନ୍ଦିରରେ ମାଙ୍କର ମହାଷ୍ଟମୀ ପୂଜା ହୋଇଛି ।

ଜିଲ୍ଲା ପୁଲିସ ପକ୍ଷରୁ ବିରାଟକାୟ ଦୁର୍ଗାମେଢରେ ମା ଙ୍କ ପ୍ରତିମୂର୍ତ୍ତିନିର୍ମାଣ ହୋଇଛି।ମହିଳା କନେଷ୍ଟବଳମାନେ ପୂଜାମଣ୍ଡପ ନିକଟରେ ସୁନ୍ଦର ଭାବେ ଝୋଟି, ମୁରୁଜ ରଙ୍ଗୋଲିରେ ଫୁଲ ପକାଇଛନ୍ତି । ଦୁର୍ଗା ମେଢ ନିକଟରେ ଆଲୋକ ମାଳାରେ ସୁଜିତ କରାଯାଇଛି ଏହା ବ୍ୟତିତ ମାଲକାନଗିରି, କାଲିମେଳା, ପଡିଆ, କୁଡ଼ୁମୁଲୁଗୁମ୍ମା, ଖଇରପୁଟ, ମାଥିଲି, କୋରକୁଣ୍ଡା, ସାତଟି ଯାକ ବ୍ଳକ ସହିତ ଏମଭି୭୯, ଏମଭି୭୨, ଏମଭି୧୭, ଏମଭି୧୫,ଚିତ୍ରକୋଣ୍ଡା, ତାର୍ଲାକୋଟା, ପିଟାଗେଟା, ଚାଲାଣଗୁଡା, ପଦ୍ମଗିରି ବିଭିନ୍ନ ସହରବଜାର ଓ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଆଡମ୍ବର ସ‌ହକାରେ ମା ଦୁର୍ଗାଙ୍କ ମହାସପ୍ତମୀ ପାଳିତ ହୋଇ ଯାଇଛି।