ନୂଆଦିଲ୍ଲୀ,୦୭/୧୧:ଥାଇଲାଣ୍ଡ୍ର ବ୍ୟାଙ୍କକ୍ରେ ଚାଲିଛି ୭୪ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ଏହି ସମ୍ମାନାସ୍ପଦ ସମାରୋହରେ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ମିସ୍ ୟୁନିଭର୍ସ ଇଣ୍ଡିଆ-୨୦୨୫ ମନିକା ବିଶ୍ୱକର୍ମା । ପ୍ରତିଯୋଗିତାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚରେ ନିଜର ଦବ୍ଦବା ଜାହିର କରିଛନ୍ତି । ସୂଚନାଯୋଗ୍ୟ, ମନିକା ଚଳିତ ବର୍ଷ ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ବିଜୟିନୀ ହୋଇଥିଲେ । ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୩୦ ଜଣ ସୁନ୍ଦରୀ ପ୍ରତିଯୋଗିତା କରୁଛନ୍ତି । ଗତ ୪ ତାରିଖ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମନିକା ରେଡ୍ ମରମେଡ୍ ଗାଉନ୍ ପିନ୍ଧି ର୍ୟାମ୍ପ୍ ୱାକ୍ କରିଥିଲେ । ନିଜର ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍ ଓ ପୋଷାକ ଜରିଆରେ ସେ ସ୍ୱତନ୍ତ୍ର ଛାପ ଛାଡ଼ିଲେ । ସ୍ଫଟିକ ଓ ମୋତି-ଖଚିତ ଡିପ୍ ନେକ୍ଲାଇନ୍ର ରୁବି ରେଡ୍ ଗାଉନ୍ରେ ସେ ଚିକ୍ମିକ୍ କରୁଥିଲେ । ତାହା ତାଙ୍କୁ ପୂରାପୂରି ଜଳପରୀ ଲୁକ୍ ଦେଇଥିଲା । ସିଲଭର ଇୟରରିଙ୍ଗ୍ ଓ କ୍ରାଉନ୍ ସହିତ ମନିକା ନିଜ ଲୁକ୍କୁ ଷ୍ଟାଇଲ୍ କରିଥିଲେ ।