ଫିରିଙ୍ଗିଆ,୨୪।୧୦ : ରୋଷେଇ ଚାଲିଥିବା ବେଳେ ଗରମ ଭାତ ପାଣିରେ ପଡି ଜଣେ ଚାରିବର୍ଷର ନାବାଳିକା ଗୁରୁତର ଆହତ ହୋଇଛି I ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅଧୀନରେ ଥିବା ସାଡୀଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ବାଡାଯୋଡି ଗାଁରେ I
ବାଡାଯୋଡି ଗାଁର ବାଦେଶ୍ୱର କହଁରଙ୍କ ଝିଅ ରାଜଶ୍ରୀ କହଁର ଘରେ ବାହାରେ ଥିଲେ। କେହି ନଥିବା ସମୟରେ ଅସାବଧାନତା ଯୋଗୁଁ ଚୁଲିରେ ନିଜ ଘରେ ଥିବା ରୋଷେଇ ଘରେ ଚୁଲିରେ ବସିଥିବା ଭାତ ହାଣ୍ଡିରେ ପଡି ଯାଇଥିଲେ I ଫଳରେ ନାବାଳିକାର ଶରୀରର ପ୍ରାୟ ୪୫ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ତାଙ୍କ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ I ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି I