ନିଶ୍ଚିନ୍ତକୋଇଲି, ୩୧/୧୦: ୱାର୍ଡ ସଭ୍ୟଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ। ଗୁରୁବାର ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ ସୁଶାନ୍ତ କୁମାର ବିଶ୍ୱାଳଙ୍କ ଗାଡିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ ସାଲେପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ରାମକୃଷ୍ଣପୁର ଗ୍ରାମର ପ୍ରଶାନ୍ତ କୁମାର ବିଶ୍ୱାଳ ଗୁରୁବାର ରାତିରେ ତାଙ୍କର ବୋଲେରୋ ଗାଡିକୁ ସ୍ଥାନୀୟ ଅର୍ଜୁନ ମାହାରା ନିକଟରେ ରଖିଥିଲେ। ବିଳମ୍ବିତ ପ୍ରହରରେ କେହି ଅଚିହ୍ନା ଦୁର୍ବୃତ୍ତ ଗାଡିରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଏସମ୍ପର୍କରେ ପ୍ରଶାନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜନୈତିକ ଶତ୍ରୁତା କିମ୍ଵା ବ୍ୟକ୍ତିଗତ ବିବାଦରୁ ପ୍ରଶାନ୍ତଙ୍କ ଗାଡ଼ି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।  

​​​​​​​