ନୂଆଦିଲ୍ଲୀ,୦୧/୧୦: ଗାଜାରେ ଇସ୍ରାଏଲ୍ ହମାସ୍ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଣିଥିବା ୨୦-ସୂତ୍ରୀ ଯୋଜନାକୁ ଭାରତ ସମର୍ଥନ ଜଣାଇଛି । ଦୀର୍ଘ ସ୍ଥାୟୀଶାନ୍ତି ପ୍ରତିଷ୍ଠା ଲାଗି ଏହା ଏକ ଯଥୋଚିତ ମାର୍ଗବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ପୋଷଣ କରିଛନ୍ତି । ଭାରତର ସମର୍ଥନ ପାଇଁ ଇସ୍ରାଏଲ୍ ମୋଦିଙ୍କୁ ଧନ୍ୟବାଦ ଜଣାଇଛି ।
‘ଏକ୍ସ’ରେ ମୋଦି ଲେଖିଛନ୍ତି, ଗାଜା ଯୁଦ୍ଧଶେଷ ନିମନ୍ତେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଏକବ୍ୟାପକ ଯୋଜନା ଆଣିଛନ୍ତି । ଆମେ ଏହାକୁ ସ୍ୱାଗତ ଜଣାଉଛୁ । ଉଭୟ ପାଲେଷ୍ଟାଇନ୍ ଓଇସ୍ରାଏଲ୍ର ଲୋକଙ୍କ ନିମନ୍ତେ ଦୀର୍ଘସ୍ଥାୟୀ ତଥା ନିରନ୍ତର ଶାନ୍ତି, ସୁରକ୍ଷା ଏବଂ ବିକାଶ ନିମନ୍ତେଏହି ଯୋଜନା ଏକ ଯଥୋଚିତ ମାର୍ଗ ପ୍ରଦାନକରୁଛି । ବୃହତ୍ତର ପଶ୍ଚିମ ଏସିଆର ମଙ୍ଗଳ ପାଇଁ ମଧ୍ୟ ଏହା ଉପଯୁକ୍ତ ମନେହୁଏ । ଆମେ ଆଶା କରୁଛୁ ଏ ଦିଗରେ ସମସ୍ତ ପକ୍ଷ ଏକାଠି ହୋଇ ଟ୍ରମ୍ପ୍ଙ୍କ ଉଦ୍ୟମକୁ ସମର୍ଥନ କରିବେ । ଯଦ୍ଦ୍ୱାରାଯୁଦ୍ଧ ସମାପ୍ତ ହେବ ଓ ଶାନ୍ତି ବିରାଜମାନ କରିବ ।ଭାରତରେ ଅବସ୍ଥାପିତ ଇସ୍ରାଏଲୀ ରାଷ୍ଟ୍ରଦୂତର୍ୟୁଭେନ୍ ଆଜାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଯୁଦ୍ଧ-ପରବର୍ତ୍ତୀ ଗାଜାରପୁନର୍ନିର୍ମାଣ ଲାଗି ଭାରତ ଅନେକ କିଛି ଯୋଗଦାନଦେବ । ଯୋଜନାକୁ ଭାରତର ପ୍ରଧାନମନ୍ତ୍ରୀ ତୁରନ୍ତ ସମର୍ଥନ କରିଥିବାରୁ ଆମେ ଖୁସି । ମୋଦିଙ୍କର ଏହି ସମର୍ଥନରୁ ପ୍ରମାଣିତ ହେଉଛି ଯେ ଭାରତ କିଭଳି ଆତଙ୍କବାଦକୁ ଅଗ୍ରାହ୍ୟ କରେ ଏବଂ ଏଭଳିସ୍ଥିତି ସୃଷ୍ଟି କରିବାକୁ ଚାହେଁ ଯେଉଁଠି ସୁରକ୍ଷା ଓ ସମୃଦ୍ଧି ଉଭୟ ପ୍ରାପ୍ତ ହୋଇପାରିବ ।
ଆମର ଏହି ଯୋଜନା ଦ୍ୱାରା କେବଳ ଇସ୍ରାଏଲୀ ନୁହେଁ, ବରଂ ପାଲେଷ୍ଟିନୀୟ ବି ଶାନ୍ତିରେ ରହିବେ । ଭାରତ ଏହାକୁ ସମର୍ଥନ ଦେଇଥିବାରୁ ଏହା ନିଶ୍ଚିତ ସଫଳ ହେବା ନେଇ ଆଶା ।ଆମେ ଆଶା କରୁଛୁ ହମାସ ଏହି ୨୦-ସୂତ୍ରୀଯୋଜନାକୁ ଗ୍ରହଣ କରିନେବ । ଫଳରେ ଯୁଦ୍ଧରେ ବିରାମ ଲାଗିବ । ପୂର୍ବରୁ ଆମେ ଅନେକ ଅଫର ଦେଇଥିଲୁ, କିନ୍ତୁ ହମାସ୍ ଗ୍ରହଣ କରି ନ ଥିଲା ।ଏଥର ଅନ୍ତର୍ଜାତୀୟ ସମର୍ଥନ ମିଳିଛି । ତେଣୁ ହମାସ୍ ଏହାକୁ ଗ୍ରହଣ କରିନେବା ନେଇ ଆଶା । ହମାସ୍ ଯଦି ଏହାକୁ ସ୍ୱୀକାର ନ କରେ, ତେବେ ଏହାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଆମପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିସାରିଛନ୍ତି ।ଆମ ପାଖରେ ଉଭୟ କୂଟନୈତିକ ଓ ସାମରିକମାର୍ଗ ରହିଛି । ଆମେ ଏବେ କୂଟନୀତିକୁ ଚୟନକରୁଛୁ ବୋଲି ର୍ୟୁଭେନ୍ ଆଜାର କହିଛନ୍ତି ।ଉଲ୍ଲେଖଯୋଗ୍ୟ, ସୋମବାର ହ୍ୱାଇଟ୍ହାଉସ୍ରେ ଟ୍ରମ୍ପ୍ଙ୍କ ସହ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବୈଠକ କରିଥିଲେ । ଏହି ସମୟରେ ଟ୍ରମ୍ପ୍ଙ୍କ୨୦-ସୂତ୍ରୀ ଯୋଜନାରେ ସେ ସମ୍ମତି ପ୍ରକାଶକରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ ନିଜଆଭିମୁଖ୍ୟ ସ୍ପଷ୍ଟ ବି କରିଥିଲେ । କହିଥିଲେ, ଟ୍ରମ୍ପ୍ଙ୍କଯୋଜନାକୁ ହମାସ୍ ଗ୍ରହଣ ନ କଲେ ଆମ ପାଖରେବିକଳ୍ପ ରହିଛି । ଏବେ ବି ଗାଜାର ବିଭିନ୍ନ ଅଞ୍ଚଳଇସ୍ରାଏଲୀ ସେନା ନିୟନ୍ତ୍ରଣରେ ଅଛି ।
ଗାଜାରୁ ହମାସ୍କୁ ବିଦା କରିବା ପାଇଁ ସେମାନେ ବଡ଼ଧରଣର ସାମରିକ ଅଭିଯାନ ଜାରି ରଖିବେ । ଏବେ ହମାସ ଉପରେ ତାହା ନିର୍ଭର କରୁଛି । ଆମେରିକାର ୨୦-ସୂତ୍ରୀ ଯୋଜନା ଅନୁସାରେ, ଏକ ‘ଶାନ୍ତି ପରିଷଦ’ ଗଠନହେବ । ଟ୍ରମ୍ପ୍ ଏହାର ନେତୃତ୍ୱ ନେବେ ।ଏଥିରେ ପାଲେଷ୍ଟିନୀୟ ପ୍ରତିନିଧି ଓ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଭଳି ଯୋଗ୍ୟତା ସମ୍ପନ୍ନ ବିଶେଷଜ୍ଞ ସଦସ୍ୟ ରହିବେ । ବୋର୍ଡରେ ହମାସ୍ କିମ୍ବା ଅନ୍ୟ ଆତଙ୍କବାଦୀଙ୍କର କୌଣସି ଭୂମିକା ରହିବ ନାହିଁ ।କାହାକୁ ଗାଜା ଛାଡ଼ି ଯିବା ପାଇଁ ବାଧ୍ୟ କରାଯିବନାହିଁ । ଗାଜା ଷ୍ଟ୍ରିପ୍କୁ ପୁନର୍ବାର ନିର୍ମାଣ କରାଯିବ ।ଉଭୟ ପକ୍ଷ ଏହି ପ୍ରସ୍ତାବକୁ ସ୍ୱୀକାର କଲେ ଯୁଦ୍ଧତତ୍କ୍ଷଣାତ ବନ୍ଦ ହୋଇଯିବ । ୭୨ ଘଣ୍ଟାରେ ଇସ୍ରାଏଲୀ ପଣବନ୍ଦୀ ମୁକ୍ତ ହେବେ । ଇସ୍ରାଏଲ୍୨୫୦ ଆଜୀବନ କଏଦୀଙ୍କୁ ମୁକ୍ତ କରିବ ।ଗାଜାରେ ବନ୍ଦୀ ଥିବା ୧,୭୦୦ ପାଲେଷ୍ଟିନୀୟ ବିମୁକୁଳିବେ । ଏହି ପ୍ରକ୍ରିୟାରେ ସମସ୍ତ ସାମରିକଅଭିଯାନ ବନ୍ଦ ରହିବ । ଏହାପରେ ଇସ୍ରାଏଲୀସେନାର ସମ୍ପୂର୍ଣ୍ଣ ଅପସାରଣ ହେବ । ଟ୍ରମ୍ପ୍ ସୋମବାର ଏହାକୁ ଐତିହାସିକ ଦର୍ଶାଇଥିଲେ ।