ନୂଆଦିଲ୍ଲୀ,୨୯/୦୯: ନବମ ଥର ଏସିଆ କପ ଟ୍ରଫି ଜିତିଛି ଭାରତ । ବିଜୟରୁ ଆରମ୍ଭ କରିଥିବା ଅଭିଯାନ ବିଜୟରେ ସରିଛି । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଏସିଆ କପ ଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ୫ ୱିକେଟରେ ମାତ ଦେଇ ବାଜି ମାରି ନେଇଛି ଭାରତ । ହାରିବା ପରେ ପାକିସ୍ତାନର ଆଉ ମୁଣ୍ଡ କାମ କରୁନାହିଁ । ବାରମ୍ବାର ଭାରତଠୁ ବେଜିତ୍ ହେବା ପରେ ଲଜ୍ୟାରେ ମୁହଁ ଦେଖାଇ ପାରୁନି । ଟ୍ରଫି ଓ ମେଡାଲ ଚୋରାଇ ନେଇଥିବା ପରି ହୀନ କାମ କରିଥିବା ଅଭିଯୋଗ ହୋଇଛି ।
ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ପରେ ଦୁବାଇ ଗ୍ରାଉଣ୍ଡରେ ଫୁଲ୍ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଟ୍ରଫି ଦେବାକୁ ମଞ୍ଚରେ ଅପେକ୍ଷା କରି ରହିଥିଲେ ଏସିସି ଅଧ୍ୟକ୍ଷ । ହେଲେ ଟ୍ରଫି ନେବାକୁ ସଫା ସଫା ମନା କରିଥିଲା ଭାରତ । ଫଳରେ ମଞ୍ଚରେ ହଟହଟ୍ଟା ହୋଇଥିଲେ ଏସିସି ମୁଖ୍ୟ ମୋହସିନ ନକଭି । ବିନା ଟ୍ରଫିରେ ଭାରତୀୟ ଦଳ ବିଜୟ ସେଲିବ୍ରେସନ କରିଥିଲା । ଏହାପରେ ପାକିସ୍ତାନ ଟ୍ରଫି ସହିତ ଭାରତୀୟଙ୍କ ମେଡାଲ ଚୋରାଇ ନେଇଥିବା ଅଭିଯୋଗ ଆଣିଛି ବିସିସିଆଇ ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଦେବଜିତ୍ ସାଇକିଆ କହିଛନ୍ତି ମୋହସିନ ନକଭିଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ,'' ସେ ଏସିଆ କପ ଟ୍ରଫି ସହିତ ଟିମ୍ ଇଣ୍ଡିଆର ମେଡାଲ ନେଇ ଚାଲି ଯାଇଛନ୍ତି । ଏହାକୁ ନେଇ ମୋହସିନଙ୍କ ଉପରେ ଆଇସିସି ପରବର୍ତ୍ତୀ ବୈଠକରେ ଆକ୍ସନ ନିଆଯିବ । ଏସିସି ଅଧ୍ୟକ୍ଷଙ୍କଠୁ ଟ୍ରଫି ନନେବାକୁ ନିଷ୍ପତ୍ତି ନେଇଥିଲୁ । ଯିଏକି ପାକିସ୍ତାନର ପ୍ରମୁଖ ନେତାଙ୍କ ମଧ୍ୟରୁ ଜଣେ । ଏହା ବହୁତ୍ ଦୁର୍ଭାଗ୍ୟଜନକ, ଅନୁଚିତ୍ । ଆମେ ଆଶା କରୁଛୁ କି ଟ୍ରଫି ଓ ପଦକ ଜଲ୍ଦି ଭାରତକୁ ଫେରାଇ ଦିଅନ୍ତୁ । ଆମେ ନଭେମ୍ବରରେ ଆଇସିସି ସମ୍ମିଳନୀରେ ଏହାର ବିରୋଧ କରିବୁ । ଯଦି ଆମେ ଟ୍ରଫି ନେଲୁନାହାନ୍ତି ତାର ମାନେ ନୁହେଁ ସେମାନେ ହୋଟେଲକୁ ଟ୍ରଫି ନେଇଯିବେ । ସେମାନେ ଏପରି କରିବା ଖେଳର ଭାବନା ବିରୋଧରେ ।''
ଜବାବ୍ ଦେଇଛୁ- ଦେବଜିତ୍ ସାଇକିଆ ଆହୁରି କହିଛନ୍ତି,'' ଆମ ସଶସ୍ତ୍ର ବଳ ସୀମାରେ ଅପରେସନ୍ ସିନ୍ଦୂରକୁ ସଫଳ କରିଥିଲେ । ଏବେ ଦୁବାଇ ଗ୍ରାଉଣ୍ଡରେ ଏହାର ରିପିଟ୍ ହୋଇଛି । ଏହା ଏକ ସୁନ୍ଦର ମୂହୁର୍ତ୍ତ, ଭାରତୀୟ କ୍ରିକେଟ ପାଇଁ ମହତ୍ତ୍ବପୂର୍ଣ୍ଣ ଅବସର । ପ୍ରଥମେ ଅପରେସନ୍ ସିନ୍ଦୂର ହୋଇଥିଲା ଏବେ ଅପରେସନ୍ କିଲା । ମୋତ ଲାଗୁନାହିଁ କି ଦୁବାଇରେ ଅନ୍ତିମ ମ୍ୟାଚରେ ଏହାଠୁ ଭଲ ଜବାବ୍ ଆଉ କିଛି ନାହିଁ । ''
ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ମୋହସିନ ନକଭି । ଏହା ସହିତ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ମଧ୍ୟ ଅଛନ୍ତି । ଏବେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି । ଅପରେସନ୍ ସିନ୍ଦୂର ସମୟରେ ଭାରତକୁ ପରମାଣୁ ଧକମ ଦେଇଥିଲେ ନକଭି । ବିଭିନ୍ନ ସମୟରେ ଭାରତ ବିରୋଧୀ ବୟାନ ମଧ୍ୟ ଦେଇଥାନ୍ତି ।