ଭୁବନେଶ୍ବର,୧।୧୧ : ଖେଳପ୍ରେମୀ ଓ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ଏକ ଖୁସିର ଖବର ନେଇ ଆସିଛି ବଲାଙ୍ଗିର ମାରାଥନ ଆସୋସିଏସନ୍ (ବିଏମଏ)୨୦୨୬ ଫେବୃଆରୀ ୧ ରେ ବଲାଙ୍ଗିର ଠାରେ ଜାତୀୟ ସ୍ତରର ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ  ବୋଲି ସଂଗଠନ ଘୋଷଣା କରିଛି ।ପୂର୍ବରୁ ୨୦୨୫ ଅକ୍ଟୋବର ୩୧ ରେ ବଲାଙ୍ଗିର ସହରରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ ଏହି ଘୋଷଣା  କରାଯାଇଥିଲା। ସଭାରେ ଆସିଣ୍ଟାଣ୍ଡ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର, ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଟ୍ରେଜରି ଅଫିସର ଭୀମସେନ ବାଗ୍, ଜିଲ୍ଲା ଫୁଟବଲ କୋଚ୍ ପରସରା ବାଗ୍, ଲୋଅର ସୁକ୍ତେଲ ଡାମ ଆକାଉଣ୍ଟସ ଅଫିସର ଜଗତପାଳ ସେଠ ଏବଂ ଆଇସିଆଇସିଆଇ ବ୍ୟାଙ୍କ ବଲାଙ୍ଗିର ଶାଖା ପ୍ରବନ୍ଧକ ରଞ୍ଜିତ ମିଶ୍ର ଉପସ୍ଥିତ ଥିଲେ

ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ମାରାଥନ ଆସୋସିଏସନ୍‌ର ସଭାପତି ପ୍ରଶାନ୍ତ ନାୟକ, ସଚିବ ସଞ୍ଜୟ ପ୍ରଧାନ, ତଥା ସଦସ୍ୟ ଶଶିକାନ୍ତ ରାଉତ, ରଞ୍ଜନ ନାଏକ, ସୁରଜ ପଟେଲ, ଲିଲୁ ପ୍ରଧାନ, ରବିନ୍ଦ୍ର ସାହୁ, ସୋମନାଥ ତ୍ରିପାଠୀ, ଜିତେନ୍ଦ୍ର ରାଉତ, ମନୋଜ ପ୍ରଧାନ, ସୁଜିତ ସାଗର ଓ ମୁଖିରାମ କାମ୍ପା ଉପସ୍ଥିତ ଥିଲେ ।

ଏଥିରେ ହାଫ୍ ମାରାଥନ ରେ ୨୧ କି.ମି., ୧୦ କି.ମି., ଓ ୫ କି.ମି. ଆଦି ବର୍ଗ ରହିବ। ଏହି ଦୌଡ଼ ବଲାଙ୍ଗିର ଜିଲ୍ଲାର ସୁନ୍ଦର ପରିଦୃଶ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଦେଶର ସମ୍ମୁଖରେ ଆଣିବା ସହିତ ଏକ ସ୍ମରଣୀୟ ଅଭିଜ୍ଞତା ହେବ।

ବଲାଙ୍ଗିର ମାରାଥନ ୨୦୨୬ ରେ ଦେଶର ବିଭିନ୍ନ ରାଜ୍ୟରୁ ଧାବକମାନଙ୍କ ଯୋଗଦାନ ଆଶା କରାଯାଉଛି। ପ୍ରତିଟି ବିଭାଗରେ ବିଜେତାମାନଙ୍କୁ ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ମାରାଥନ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ ।

ବଲାଙ୍ଗିର ମାରାଥନ ଆସୋସିଏସନ୍ ହେଉଛି ଏକ ଅଲାଭକାରୀ ସଂଗଠନ ଯାହା ବଲାଙ୍ଗିର ଓ ପାଶ୍ୱର୍ବତୀ ଅଞ୍ଚଳରେ ଖେଳ, ଫିଟନେସ୍ ଓ ସମାଜିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବାକୁ ନିରନ୍ତର ପ୍ରୟାସରତ। ଏହି ମାରାଥନ ଭଳି ଆୟୋଜନ ମାଧ୍ୟମରେ ସଂଗଠନ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଜୀବନ ଶୈଳୀ, ପର୍ଯ୍ୟଟନ ଓ ସମାଜିକ ଏକତାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି।