ମାଲକାନଗିରି,୦୨/୦୯: ମାଲକାନଗିରି ସୀମାନ୍ତ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ । କେରାଲାପାଲ ଥାନା ନନ୍ଦପଡ଼ାରେ ନକ୍ସଲମାନେ ୨ଜଣ ଗ୍ରାମବାସୀଙ୍କୁ ନିମର୍ମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପୁଲିସର ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ଟାର୍ଗେଟ୍ କରିଥିଲେ । ଗାଁର ୨ଜଣଙ୍କୁ ପୁଲିସ୍ ଇନଫର୍ମର ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏନେଇ ଖବର ପାଇବା ପରେ କେରାଲାପାଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସୁକମା ପୁଲିସ ବଡ଼ ସଫଳତା ମିଳିଛି । ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ନକ୍ସଲ ମାନେ ସ୍ଥାନୀୟ ଜଙ୍ଗଲରେ ଆଇଇଡି ଖଞ୍ଜୁଥିବା ବେଳେ ସିଆରପିଏଫର କୋବ୍ରା ଯବାନ ତାଙ୍କୁ ଅତି ଚତୁରତାର ସହ ଗିରଫ କରିଥିଲେ । ଏହି ଘଟଣା ପରେ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।