ନୂଆଦିଲ୍ଲୀ,୦୨/୦୯:  ଚାକିରି ହରାଇଲେ ଆଉ ଜଣେ CEO । ଜଣାଶୁଣା କମ୍ପାନୀ ନେସଲେର ବସ୍‌ ଲରେଣ୍ଟ ଫ୍ରେକ୍ସି ତାଙ୍କ ଜୁନିୟର ସହକର୍ମୀଙ୍କ ସହ ସମ୍ପର୍କ ରଖିଥିବା ପର୍ଦ୍ଦାଫାସ ହୋଇଛି । ଆକ୍ସନ ନେଇ ନେସଲେ ତାର ମୁଖ୍ୟ କାର୍ଯ୍ୟନର୍ବାହୀ ଅଫିସର ଲରେଣ୍ଟଙ୍କୁ ବହିଷ୍କାର କରିଛି । କମ୍ପାନୀର ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ଫ୍ରିକ୍ସଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ୱିଜରଲ୍ୟାଣ୍ଡର ବଡ଼ ଫୁଡ୍‌ କମ୍ପାନୀ ନେସଲେ ଯାହା ମ୍ୟାଗି ଏବଂ କିଟକ୍ୟାଟ୍ ଚକୋଲେଟ୍ ତିଆରି କରେ । ସୋମବାର ଲରେଣ୍ଟ ଫ୍ରିକ୍ସଙ୍କୁ ସିଇଓ ପଦରୁ ବହିଷ୍କାର କରିଛି କମ୍ପାନୀ । ତାଙ୍କ ଉପରେ ତାଙ୍କ ଜୁନିଅର କର୍ମଚାରୀଙ୍କୁ ନଜଣାଇ ପ୍ରେମ ସମ୍ପର୍କରେ ଥିବା ଅଭିଯୋଗ ହୋଇଛି ।

୬୩ ବର୍ଷୀୟ ଲରେଣ୍ଟ ଫ୍ରେକ୍ସି ଫ୍ରେଞ୍ଚ ବ୍ୟବସାୟୀ । ଠିକ୍ ଗୋଟିଏ ବର୍ଷ ତଳେ ନେସଲେର ସିଇଓ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଗତବର୍ଷ ସେପ୍ଟେମ୍ବର ୧ରେ ଉଲ୍ଫ ମାର୍କ ସ୍ନାଇଡରଙ୍କ ସ୍ଥାନରେ ଦାୟିତ୍ୱ ନେଇଥିଲେ । ଜଣେ ଜୁନିୟର କର୍ମଚାରୀଙ୍କ ସହିତ ତାଙ୍କର "ଅପ୍ରକାଶିତ ପ୍ରେମ ସମ୍ପର୍କ"ର ତଦନ୍ତ ପରେ ତାଙ୍କୁ ବହିଷ୍କାର କରାଯାଇଛି । ଫ୍ରିକ୍ସ ୧୯୮୬ ମସିହାରେ ଫ୍ରାନ୍ସର ନେସଲେରେ ଯୋଗ ଦେଇଥିଲେ। ସେ ୨୦୧୪ ପର୍ଯ୍ୟନ୍ତ କମ୍ପାନୀର ୟୁରୋପୀୟ କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ସବପ୍ରାଇମ୍ ଏବଂ ୟୁରୋ ସଙ୍କଟ ମଧ୍ୟରେ କମ୍ପାନୀକୁ ନେତୃତ୍ୱ ଦେଇଥିଲେ। ସିଇଓ ଭାବରେ ପଦୋନ୍ନତି ପାଇବା ପୂର୍ବରୁ ସେ ଲାଟିନ୍ ଆମେରିକା ବିଭାଗର ନେତୃତ୍ୱ ନେଇଥିଲେ ।

ଫ୍ରିକ୍ସ ନେସଲେରେ ୪୦ ବର୍ଷ ଧରି ଯୋଡି ହୋଇ ରହିଛନ୍ତି ।  ସେପ୍ଟେମ୍ବର ୨୦୨୪ରେ ସେ ସିଇଓ ହେବା ପର୍ଯ୍ୟନ୍ତ କର୍ପୋରେଟ୍ ଜଗତରେ  କାମ କରିଥିଲେ । ସେ ନେସଲେ ପାଇଁ ସଉଦା  ଦୋକାନ ସହିତ ଆଲୋଚନା କରି କ୍ୟାରିଅର ଆରମ୍ଭ କରିଥିଲେ।