ଭୁବନେଶ୍ୱର,୨୭/୦୯: ଆସନ୍ତା ଅକ୍ଟୋବର ୮ ତାରିଖରୁ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ),  ଅମିନ, ଏଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର ପରୀକ୍ଷା ହେବ । ନଭେମ୍ବର ୧୩ ତାରିଖ ଯାଏ  ଏହାର ପ୍ରିଲିମ୍‌ନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି । ପରୀକ୍ଷାର୍ଥୀମାନେ ଓଏସ୍‌ଏସ୍‌ଏସ୍‌ସି ୱେବ୍‌ସାଇଟ୍‌ www.osssc.gov.inରୁ ଆଡମିଶନ ଲେର ଡାଉନ୍‌ଲୋଡ୍‌ କରିପାରିବେ । ନିଜର ୟୁଜର ଆଇଡି, ପାସ୍‌ୱାର୍ଡ ଦେଇ ନିଜର ଆଡମିଶନ  ଲେଟରକୁ ଡାଉନ୍‌ଲୋଡ୍‌ କରିପାରିବେ । ଏପରିକି ଛାତ୍ରଛାତ୍ରୀ ଚାହିଁଲେ ମକ୍‌ ଟେଷ୍ଟ ମଧ୍ୟ ଦେଇପାରିବେ ।