ଭୁବନେଶ୍ୱର,୧୧/୧୦: ଶନିବାରଠୁ ଦୁଇ ଦିନ ଧରି ଓଡ଼ିଶା ହେମାଟୋଲୋଜିର  ୧୫ତମ ବାର୍ଷିକ ସମ୍ମିଳନୀ ମେଫେୟାର  କନେ୍‌ଭନସନ ସେଣ୍ଟରରେ ଅନୁଷ୍ଠିତ ହେବ ।  ହେମାଟୋଲୋଜି ରୋଗ କ୍ଷେତ୍ରରେ ଦେଖା  ଦେଉଥିବା ନୂଆ ନୂଆ ସମସ୍ୟା ସମ୍ପର୍କରେ  ଆଲୋଚନା କରାଯିବ । ଦେଶର ବିଭିନ୍ନ  ପ୍ରାନ୍ତରୁ ପ୍ରାୟ ୩୦୦ରୁ ଅଧିକ ଡାକ୍ତର ଏହି ସମ୍ମିଳନୀରେ ଯୋଗ ଦେବେ । ୩୫ ଜଣ  ଜାତୀୟସ୍ତର ଫାକଲ୍ଟି ସମ୍ମିଳନୀରେ ଅଂଶଗ୍ରହଣ  କରିଛନ୍ତି ବୋଲି ଓଡ଼ିଶା ହେମାଟୋଲୋଜି ସମ୍ପାଦକ ପ୍ରଫେସର ଡାକ୍ତର ରବି ଜେନା  କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର  ଜେନା କହିଛନ୍ତି, ଶୁକ୍ରବାରଠାରୁ ଏସ୍‌ସିବି  ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଏମ୍‌ସ୍‌  ଭୁବନେଶ୍ୱର, ଆଇଏମଏସ୍‌ ଆଣ୍ଡ ସମ୍‌  ହସ୍ପିଟାଲ, ବାଗ୍‌ଚୀ କ୍ୟାନସର ହସ୍ପିଟାଲ,  ଭୁବନେଶ୍ୱର ଠାରେ ପ୍ରାକ୍‌-ସମ୍ମିଳନୀ କର୍ମଶାଳା  ଆୟୋଜିତ ହୋଇଥିଲା । ଯେଉଁଥିରେ  ସମଗ୍ର ଓଡ଼ିଶାରୁ ୧୨୦ ରେସିଡେଣ୍ଟ ଓ  ସ୍ନାତକୋତ୍ତର ଡାକ୍ତର ଅଂଶଗ୍ରହଣ କରିଥିଲେ ।