ବଲାଙ୍ଗୀର: ବନ୍ଧାହେଲେ ବଲାଙ୍ଗୀର ପ୍ୟାକ୍ସର ପୂର୍ବତନ ସମ୍ପାଦକ ବଂଶୀଧର ପ୍ରଧାନ। ଭିଜିଲାନ୍ସ ଅଧିକାରୀମାନେ ବୁଧବାର ବଲାଙ୍ଗୀର ଜିଲ୍ଲାର ଖପରାଖୋଲ ବ୍ଲକ ଅଧୀନସ୍ଥ ଧନ୍ଦାମୁଣ୍ଡା ପ୍ରାଇମେରୀ କୃଷି ସମାବେଶ (PACS) ଲିମିଟେଡର ପୂର୍ବତନ ସମ୍ପାଦକ ବଂଶୀଧର ପ୍ରଧାନଙ୍କୁ ଗିରଫ କରିଛନ୍ତି।
ତାଙ୍କ ବିରୁଦ୍ଧରେ ସରକାରୀ ତହବିଲରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି। ଖାଲି ଏତିକି ନୁହେଁ ବିହନ ବିକ୍ରୟର ଆୟକୁ ହିସାବରେ ନଦେଖାଇବା, କମ୍ କ୍ଲୋଜିଂ ବାଲାନ୍ସ ପୋଷ୍ଟିଂ କରିବା, ଋଣ ପରିଶୋଧର ମିଥ୍ୟା ତଥ୍ୟ ଜମା କରିବା ଏବଂ ପ୍ୟାକ୍ସର ନଗଦ/ଦୈନିକ ଖାତରେ ପରିବର୍ତ୍ତନ ଓ ଜାଲିଆତି କରିବା ଭଳି ସଙ୍ଗିନ ଅଭିଯୋଗ ମଧ୍ଯ ରହିଛି।
ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ପୋଲିସ୍ ଷ୍ଟେସନରେ ଧନ୍ଦାମୁଣ୍ଡା ପ୍ୟାକ୍ସର ଲିମିଟେଡର ପୂର୍ବତନ ସମ୍ପାଦକ ବଂଶୀଧର ପ୍ରଧାନଙ୍କ ବିରୁଦ୍ଧରେ କେସ୍ ନମ୍ବର ୨୦/୨୦୨୫ ପଞ୍ଜୀକୃତ ହୋଇଛି ଏବଂ ଏହି ଘଟଣାରେ ତଦନ୍ତ ଚାଲୁ ରହିଛି।