କଟକ,୧୫/୧୦ : ଆଜିଠାରୁ ଟିମ୍ ଓଡ଼ିଶା ଆରମ୍ଭ କରିଛି ତାର ରଣଜୀ ଟ୍ରଫି ଅଭିଯାନ । ପ୍ରଥମ ମ୍ୟାଚରେ ଟିମ୍ ଓଡିଶା ବରୋଦାକୁ ଭେଟିଛି । ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ଏହି ମୁକାବିଲା। ଓଡ଼ିଶା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନରେ ୫ଓ୍ବିକେଟ ହରାଇ ସଂଗ୍ରହ କରିଛି ୨୦୫ରନ୍।

କ୍ୟାପଟେନ ଶୁଭ୍ରାଂଶୁ ସେନାପତିଙ୍କ ଦମଦାର ୭୯ରନ୍ ଦଳକୁ ଏକ ମଝଭୂତ ସ୍ଥିତିରେ ଆଣି ପହଞ୍ଚାଇ ପାରିଛି। କିନ୍ତୁ ଆଜି ଦିନର ଶେଷ ବଲରେ ଶୁଭ୍ରାଂଶୁ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି। ଅନ୍ୟପଟେ ରାଜେଶ ଧୂପର ୭୬ରନ କରି ଅପରାଜିତ ରହିଛନ୍ତି । ଯେହେତୁ ହାତରେ ଆହୁରି ୫ଓ୍ବିକେଟ ରହିଛି ତେଣୁ ଟିମ୍ ଓଡ଼ିଶା ଏକ ବିଗ ସ୍କୋର ଅଭିମୁଖେ ଗତି କରୁଛି ବୋଲି କୁହାଯାଇପାରେ ।

ତେବେ ଆଜି ମଧ୍ୟାନ୍ନ ଭୋଜନ ବିରତି ସୁଦ୍ଧା ଦଳ  ୪ଓ୍ବିକେଟ ହରାଇ ସାରିଥିଲା , ବଦଳରେ ସଂଗ୍ରହ ହୋଇଥିଲା ମାତ୍ର  ୭୧ରନ। କିନ୍ତୁ ଶୁଭ୍ରାଂଶୁ ଏବଂ ରାଜେଶଙ୍କ ଯୋଡ଼ି ଏକ ଲଢୁଆ ଇନିଂସ ଖେଳି ଦଳକୁ ପୁଣି ଟ୍ରାକ୍ ଉପରକୁ ଆଣି ପାରିଛନ୍ତି।