ନୂଆଦିଲ୍ଲୀ, ୨୦/୦୯: ପ୍ରଧାନମନ୍ତ୍ରୀଙ୍କ ମିଶନ୍ ଗୁଜରାଟ । 'ସମୁଦ୍ରରୁ ସମୃଦ୍ଧି' ଅଧିନରେ ରାଜ୍ୟବାସୀଙ୍କୁ ୩୩ ହଜାର ୬ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁନିଆରେ ଆମର କେହି ବଡ଼ ଶତ୍ରୁ ନାହାନ୍ତି । ଯଦି ଆମର କେହି ଶତ୍ରୁ ଅଛି ତେବେ ତାହା ହେଉଛି ଅନ୍ୟ ଦେଶ ଉପରେ ଆମର ନିର୍ଭରତା । ଆଜି ଭାରତ 'ବିଶ୍ୱବନ୍ଧୁ' ଭାବନାରେ ଆଗକୁ ବଢୁଛି । ଏକାଠୀ ହୋଇ ଭାରତର ଏହି 'ନିର୍ଭରତା ଶତ୍ରୁ'କୁ ହରାଇବାକୁ ହେବ ବୋଲି ଭାବନଗରରେ ଜନସଭାକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ କହିଛନ୍ତି, ''ଆମକୁ ଗୋଟିଏ କଥା ସବୁବେଳେ ରିପିଟ୍ କରିବାକୁ ହେବେ ଅନ୍ୟ ଦେଶ ଉପରେ ଯେତେ ନିର୍ଭରତା ତାହା ସେତିକି ବିଫଳତା । ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଦୁନିଆର ବଡ ଜନସଂଖ୍ୟା ଦେଶକୁ ଆତ୍ମନିର୍ଭର ହେବାକୁ ପଡିବ । ଆମେ ଅନ୍ୟ ଉପରେ ନିର୍ଭର କଲେ ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚିବ । ଦେଶର ବିକାଶ ସଂକଳ୍ପକୁ ଅନ୍ୟର ନିର୍ଭରତା ଉପରେ ଛାଡି ପାରିବା ନାହିଁ । ଶହେ ଦୁଃଖର ଗୋଟିଏ ମେଡିସିନ ଅଛି ତାହା ହେଉଛି ଆତ୍ମନିର୍ଭର ଭାରତ । ଆମକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଅନ୍ୟ ଦେଶ ଉପରେ ଆମର ନିର୍ଭରତାକୁ ଲଗାତାର କମାଇବାକୁ ହେବ । ଭାରତକୁ ଆତ୍ମନିର୍ଭର ହୋଇ ମଜବୁତ ହୋଇ ଛିଡା ହେବାକୁ ହେବ । ଚିପ୍ ହେଉ ବା ସିପ୍ ସବୁ ଭାରତରେ ତିଆରି କରିବାକୁ ହେବ । ''
କଂଗ୍ରେସକୁ ଟାର୍ଗେଟ- ଗୁଜରାଟରୁ କଂଗ୍ରେସକୁ ନିଶାନା ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି,'' ଭାରତରେ ସାମର୍ଥ୍ୟର କୌଣସି ଅଭାବ ନାହିଁ । ହେଲେ ସ୍ୱାଧୀନତା ପରେ କଂଗ୍ରେସ ଭାରତର ପ୍ରତି ସାମର୍ଥ୍ୟକୁ ଅଣଦେଖା କରିଛି । ସ୍ୱାଧୀନତାର ୬ରୁ୭ ଦଶନ୍ଧି ପରେ ବି ଭାରତ ସେହି ସଫଳତା ହାସଲ କରିପାରିନାହିଁ ଯାହାର ସେ ହକଦାର ଥିଲା । ଏହାର ଦୁଇଟି କାରଣ । ଲମ୍ବା ସମୟ ଧରି କଂଗ୍ରେସ ସରକାର ଦେଶକୁ ଲାଇସେନ୍ସ କୋଟ ରାଜ୍ରେ ଫସାଇ ଥିଲା । ବିଶ୍ୱ ବଜାରରୁ ଅଲଗା ରଖିଥିଲା । ଯେବେ ଗ୍ଲୋବାଲାଇଜେସ ସମୟ ଆସିଲା କେବଳ ଆମଦାନୀର ରାସ୍ତା ଆପଣାଇଥିଲା । କୋଟ କୋଟି ଟଙ୍କାର ଦୁର୍ନୀତି କରିଥିଲେ । କଂଗ୍ରେସ ସରକାରର ନୀତି ଦେଶର ଯୁବଗୋଷ୍ଠୀଙ୍କୁ କ୍ଷତି ପହଞ୍ଚାଇଛି । ଏହି ନୀତି ଭାରତର ଅସଲ ଶକ୍ତିକୁ ସାମ୍ନାକୁ ଆସିବାକୁ ଅଟକାଇଛି । ''