ବିନିକା, ୯/୧୦ : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୁଲିସକୁ ବଡ଼ ସଫଳତା। କାର୍‌ରୁ ଦେଢ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ। ଗାଡି ଛାଡ଼ି ମାଫିଆ ଓ ଡ୍ରାଇଭର୍ ଫେରାର୍। ରାମପୁର ଥାନା ସାଲେପାଲି ଗାଁ ରାସ୍ତାରୁ ଏହି ଗଞ୍ଜେଇ ଜବତ ହୋଇଛି । 

ସୂଚନାନୁଯାୟୀ, ବିନିକା ପଟରୁ ସମର ଚିପା କେନାଲ ରାସ୍ତାଦେଇ ଦ୍ରୁତ ଗତିରେ ପଣ୍ଡକିଟାଲ ପଟକୁ ଯାଉଥିବା ଏକ ଗଞ୍ଜେଇ ଭର୍ତ୍ତି କାର୍‌କୁ ରାମପୁର ଥାନା ପୁଲିସ ପିଛା କରି ସାଲେପାଲି ଗାଁରେ କାବୁ କରିଥିଲା । ଗାଡ଼ି ଛାଡ଼ି ଗଞ୍ଜେଇ ମାଫିଆ ଓ ଡ୍ରାଇଭର୍ ଫେରାର୍ ହୋଇଯାଇଥିଲେ। କାର୍‌ଟିକୁ ଯାଞ୍ଚ କରିବାରୁ ସେଥିରୁ ପ୍ରାୟ ଦେଢ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ ହୋଇଛି। ରାମପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ବିମଲ କିଶୋର ପାତ୍ରଙ୍କ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ବାହାର କରିବା ସହ ରାମପୁର ଥାନା ଆଗରେ ଓଜନ କରାଯିବ ବୋଲି ସୂଚନା ମିଳିଛି।

​​​​​​​car