ନୂଆଦିଲ୍ଲୀ,୨୬/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୭ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଆରମ୍ଭରେ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଛଟ୍ ପର୍ବ ହିଁ ଏକତାର ପ୍ରତୀକ ବୋଲି କହିଛନ୍ତି । ଏହା ସହିତ ସ୍ୱଦେଶୀ ଉତ୍ପାଦ କିଣିବାକୁ ଆହ୍ୱାନ ଦେଇଛନ୍ତି । 'ଅପରେସନ୍ ସିନ୍ଦୂର' ଦେଶକୁ ଗର୍ବିତ କରିଛି । ଜିଏସ୍ଟିକୁ ନେଇ ଦେଶବାସୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା କହିବା ସହ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ।
India's coffee is coffee at its finest. It is brewed in India and loved by the world. #MannKiBaat pic.twitter.com/6LahJvtv3N
— PMO India (@PMOIndia) October 26, 2025
''ଓଡ଼ିଶାର ଗୌରବ କୋରାପୁଟ କଫି'': 'ମନ କି ବାତ' କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚା ସହିତ କୋରାପୁଟ କଫି ବିଷୟରେ ମନ୍ କି ବାତ୍ରେ କହିଛନ୍ତି ମୋଦି । ସେ କହିଛନ୍ତି,'' କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ, ଓଡ଼ିଶାର ଗର୍ବ-ଗୌରବ କୋରାପୁଟ କଫି । ଚାକିରି ଛାଡି ଅନେକ କଫି ଚାଷରେ ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ସହଭାଗିତା ବେଶ୍ ପ୍ରଶଂସନୀୟ । ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି । ଏହା ଆମର ବିଶ୍ୱ ପ୍ରସିଦ୍ଧ ଭାରତୀୟ କଫି ବ୍ରାଣ୍ଡ ମଧ୍ୟରୁ ଗୋଟିଏ ହୋଇଗଲାଣି। ଭାରତର କଫି ସବୁଠାରୁ ଉତ୍କୃଷ୍ଟ କଫି । ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ୱ ଏହାକୁ ଭଲ ପାଏ । କୋରାପୁଟରେ କିଛି ଲୋକ ଫ୍ୟାସନ୍ ପାଇଁ କଫି ଚାଷ କରୁଛନ୍ତି । ଦୁନିଆରେ କଫି ଲୋକପ୍ରିୟତା ହାସଲ କରୁଛି । କର୍ଣ୍ଣାଟକର ଚିକମଙ୍ଗଲୁର, କୁର୍ଗ ଏବଂ ହାସନ ହେଉ କି ତାମିଲନାଡୁର ପୁଲନୀ, ନୀଳଗିରି । ଭାରତର କଫିର ବିଭିନ୍ନତା ଦେଖିବାକୁ ମିଳିଥାଏ । ଆମର ଉତ୍ତର-ପୂର୍ବ କଫି ଚାଷରେ ମଧ୍ୟ ଆଗକୁ ବଢୁଛି ।
'ଛଟ୍ ପର୍ବ ହିଁ ଏକତାର ପ୍ରତୀକ'- ୧୨୭ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ସମ୍ବୋଧନ କରି ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ''ଛଟ ମହାପର୍ବ ସଂସ୍କୃତି, ଏକତା ଏବଂ ସମାଜ ମଧ୍ୟରେ ଏକତାର ପ୍ରତିବିମ୍ବ । ଛଟ ଘାଟରେ ସମାଜର ସବୁ ବର୍ଗର ଲୋକ ଏକାଠି ହୋଇଥାନ୍ତି । ଏହି ଦୃଶ୍ୟ ଭାରତର ସମାଜିକ ଏକତାର ସବୁଠୁ ସୁନ୍ଦର ଉଦାହରଣ ।''
ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ- ସର୍ଦ୍ଦାର ପଟେଲ୍ଙ୍କୁ ୧୫୦ତମ ଜନ୍ମବାର୍ଷିକୀ ସମଗ୍ର ଦେଶ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର । ସର୍ଦ୍ଦାର ପଟେଲ ଆଧୁନିକ ସମୟରେ ଦେଶର ସର୍ବଶ୍ରେଷ୍ଠଙ୍କ ମଧ୍ୟରୁ ଜଣେ । ଗାନ୍ଧୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, ସେ ସ୍ୱାଧୀନତା ଆନ୍ଦୋଳନ ପାଇଁ ନିଜକୁ ସମର୍ପିତ କରିଥିଲେ । 'ଖେଡ଼ା ସତ୍ୟାଗ୍ରହ' ଠାରୁ 'ବୋର୍ସାଦ ସତ୍ୟାଗ୍ରହ' ପର୍ଯ୍ୟନ୍ତ ଅନେକ ଆନ୍ଦୋଳନରେ ତାଙ୍କର ଅବଦାନ ରହିଛି । ଅହମ୍ମଦାବାଦ ପୌରପାଳିକାର ମୁଖ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟ ଐତିହାସିକ ଥିଲା । ସ୍ୱଚ୍ଛତା ଏବଂ ସୁଶାସନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ । ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସେ ଅତୁଳନୀୟ ପ୍ରୟାସ କରିଥିଲେ । ୩୧ ଅକ୍ଟୋବର, ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀରେ ଦେଶବ୍ୟାପୀ ଆୟୋଜିତ ହେବାକୁ ଥିବା ଏକତା ଦୌଡ଼ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି, କେବଳ ଏକା ନୁହେଁ, ବରଂ ଅନ୍ୟମାନଙ୍କ ସହିତ ସାମିଲ ହୁଅନ୍ତୁ । "
Sardar Patel has been one of the greatest luminaries of the nation in modern times. He made unparalleled efforts for the unity and integrity of the country. #MannKiBaat pic.twitter.com/1IQN4UGIkZ
— PMO India (@PMOIndia) October 26, 2025
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆସନ୍ତା ମାସ ୧୫ ତାରିଖରେ ଆମେ ଜନଜାତୀୟ ଗୌରବ ଦିବସ ପାଳନ କରିବା । ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସର । ତାଙ୍କୁ ମୁଁ ପ୍ରଣାମ କରୁଛି । ଦେଶ ସ୍ବାଧୀନତା ପାଇଁ, ଆଦିବାସୀ ସମୂଦାୟଙ୍କ ଅଧିକାର ପାଇଁ ସେ ଯେଉଁ କାମ କରିଛନ୍ତି ତାହା ଅତୁଳନୀୟ ।''