ଶେରଗଡ, ୨/୧୦ : ଶେରଗଡ଼ ଗୋବିନ୍ଦପୁର ଗ୍ରାମର ପଦ୍ମଶ୍ରୀ ପୁରସ୍କାର ବିଜେତା କୃଷ୍ଣଲୀଳା କଳାକାର ଗୋପିନାଥ ସ୍ଵାଇଁଙ୍କ ଗୁରୁବାର ସକାଳେ ମୃତ୍ୟୁ ହୋଇଯାଇଛି। ୧୦୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଶତାୟୁ ଓ ନୋବେଲ ପୁରସ୍କାର ବିଜେତା ଅଧିକାରୀ ଥିଲେ ଗୋପିନାଥ ।

ତାଙ୍କର ମୃତ୍ୟୁ କିଛି ସମୟ ପରମ୍ପରା ଲୋକ ସଂସ୍କୃତି କଳାର କଳାକାର ମହଲରେ ଗଭୀର ଆଘାତ ଦେଇଛି । ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ । କଳାକାର ଜଗତର ଅମ୍ଳାନ ପ୍ରତିଭା ଥିଲେ ଗୋପିନାଥ । ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ନେତା ଶିଶିର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିହାସନ, ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବିଡିଓ ତୃପ୍ତିମୟୀ ଜେନା, ତହସିଲଦାର ତ୍ରିଦେବ ରଥ, ଥାନାଧିକାରୀ ବରେନ୍ଦ୍ର ଶିଆଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।