ନୂଆଦିଲ୍ଲୀ,୨୧।୬: ପାକିସ୍ତାନ ସେନା ଓ ସରକାରର ମେଣ୍ଟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ପାକିସ୍ତାନୀ ଗଣମାଧ୍ୟମରେ ଏହାର ବିଶେଷ ଭାବରେ ସମାଲୋଚନା କରାଯାଉଛି। ପାକିସ୍ତାନୀ ଖବର କାଗଜ ‘ଡନ୍’ ଏହାକୁ ନେଇ ପ୍ରଶ୍ନ ଉଠିଛି। ଉଲ୍ଲେଖନୀୟ ଯେ, ପାକିସ୍ତାନୀ ସେନାର ଫିଲ୍ଡ ମାର୍ଶଲ ଅସୀମ ମୁନୀର ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହ ଲଞ୍ଚ କରିବାକୁ ଯାଇଥିଲେ। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିନ ଏହାକୁ ପ୍ରଶଂସା କରିଥିଲେ। ସେ ଏହାକୁ ହାଇବ୍ରିଡ୍ ସିଷ୍ଟମ ବୋଲି କହି ଟ୍ବିଟ୍ ମଧ୍ୟ କରିଥିଲେ। ଏହାକୁ ନେଇ ଖ୍ବାଜା ଆସିଫ୍ ବିବାଦରେ ଆସିଛନ୍ତି। ସେନା ଓ ସରକାରର ମେଣ୍ଟକୁ ପ୍ରଶଂସାକରି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ନିଜ ଦେଶରେ ହିଁ ସମାଲୋଚନାର ପାତ୍ର ହୋଇଛନ୍ତି।

ଏହା ଭିତରେ ‘ଡନ୍’ ଖବର କାଗଜ ନିଜର ସମ୍ପାଦକୀୟରେ ମନ୍ତ୍ରୀଙ୍କ ଏହି ବୟାନ ଉପରେ ପ୍ରଶ୍ନ ଉଠିଛି। ଖବରରେ ଲେଖା ହୋଇଛି ଯେ, ମନ୍ତ୍ରୀ ଏହି ମଡେଲର ପ୍ରଶଂସା ଏଭଳି କରୁଛନ୍ତି ଯେପରି କୌଣସି ସମ୍ମାନଜନକ କଥା। ଖ୍ବାଜା ଆସିଫ୍ ଏକ୍ଦରେ ନିଜ ପୋଷ୍ଟରେ ଲେଖିଥିଲେ ପାକିସ୍ତାନର ସୁଧୁରୁଥିବା ସ୍ଥିତିର କାରଣ ହେଉଛି ଇସଲାମାବାଦ ଓ ରାଓ୍ବଲପିଣ୍ଡି ସେନା ମୁଖ୍ୟାଳୟ ଭିତରେ ଭଲ ସମ୍ପର୍କ। ଏହାପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଲୋକମାନେ ଖ୍ବାଜା ଆସିଫ୍ଙ୍କ କଥାର ଅର୍ଥ ବାହାର କରିବା ଆରମ୍ଭ କରିଛନ୍ତି। କିଛି ଲୋକ ଏପରିକି ପଚାରିଛନ୍ତି ଯେ, କ’ଣ ଏହି କଥା ସେହି ବ୍ୟକ୍ତି କହିଛନ୍ତି, ଯାହାଙ୍କ ପାର୍ଟି କିଛି ସମୟ ପୂର୍ବରୁ ସିଭିଲିଆନ୍ ସୁପ୍ରିମାସିର ନାରା ଦିଆଯାଉଥିଲା।