ନୂଆଦିଲ୍ଲୀ, ୧୧/୯ : ୨୪ ଘଣ୍ଟାରେ ଡିଜିଏଚଏସର ୟୁ-ଟର୍ଣ୍ଣ। ‘Dr’ ଉପାଧି ବ୍ୟବହାର କରିପାରିବେ ଫିଜିଓଥେରାପିଷ୍ଟ । ଭାରତରେ ଫିଜିଓଥେରାପିଷ୍ଟ ନିଜ ନାମ ପୂର୍ବରୁ 'Dr' ଓ ଶେଷରେ PTର ପ୍ରୟୋଗ କରିପାରିବେନି ବୋଲି ଡିଜିଏଚଏସ୍ ସେପ୍ଟେମ୍ଵର ୯ରେ ନିର୍ଦ୍ଦେଶନାମା ଜାରି କରିଥିଲା । ଏହି ଘୋଷଣା ପରେ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଥିଲା। ଏହାପରେ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏହା ବିଷୟରେ ଆହୁରି ଅଧିକ ଆଲୋଚନା କରିବାର ଆବଶ୍ୟକତା ରହିଛି, ତେଣୁ ପୂର୍ବ ନିର୍ଦ୍ଦେଶନାମା ପ୍ରତ୍ୟାହୃତ କରାଯାଇଛି ବୋଲି ବିଭାଗ ଚିଠି କରି କହିଛି। 

trg​​​​​​​

ଡିଜିଏଚଏସ୍ ପୂର୍ବ ନିର୍ଦ୍ଦେଶନାମାରେ କହିଥିଲା ଯେ, ଫିଜିଓଥେରାପିଷ୍ଟମାନଙ୍କୁ ମେଡିକାଲ ଚିକିତ୍ସକ ଭାବେ ପ୍ରଶିକ୍ଷିତ କରାଯାଉ ନାହିଁ। ଏଥିପାଇଁ ସେମାନେ 'Dr' ଶବ୍ଦ ବ୍ୟବହାର କରିବା ଅନୁଚିତ୍। କାରଣ ଏହା ରୋଗୀ ଓ ସାଧାରଣ ଲୋକଙ୍କୁ ଭ୍ରମିତ କରିବ। ଏହାଦ୍ଵାରା ଠକେଇ ହେବାର ବି ସମ୍ଭାବନା ରହିଛି। ଫିଜିଓଥେରାପିଷ୍ଟଙ୍କୁ ପ୍ରାଥମିକ ଚିକିତ୍ସା କରିବାକୁ ଅନୁମତି ଦିଆନଯିବା ଉଚିତ୍ । ସେମାନେ କେବଳ ରେଫର୍ ହୋଇଥିବା ରୋଗୀଙ୍କୁ ଚିକିତ୍ସା କରିବା ଉଚିତ୍ । କାରଣ ଏହା ଦ୍ଵାରା ଫିଜିଓଥେରାପି ଆବଶ୍ୟକ ନଥିବା ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିପାରେ। ନିର୍ଦ୍ଦେଶନାମାରେ ଆହୁରି କୁହାଯାଇଥିଲା ଯେ, “ପାଟନା ହାଇକୋର୍ଟ, ତାମିଲନାଡୁ ମେଡିକାଲ କାଉନସିଲ, ବେଙ୍ଗାଲୁରୁ କୋର୍ଟ ଏବଂ ମାଡ୍ରାସ ହାଇକୋର୍ଟ ପୂର୍ବରୁ ରାୟ ଦେଇସାରିଛନ୍ତି ଯେ ଯଦି ଜଣେ ଫିଜିଓଥେରାପିଷ୍ଟ ଡାକ୍ତର ପଞ୍ଜୀକରଣ ବିନା ଡାକ୍ତର ଉପାଧି ବ୍ୟବହାର କରନ୍ତି, ତେବେ ଏହା ବେଆଇନ।"ଏହି ଘୋଷଣା ପରେ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଥିଲା। ଏହାପରେ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏନେଇ ଅଧିକ ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି।