ବ୍ରହ୍ମପୁର,୦୫/୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଦୁଇ ଦିନିଆ ପୁଲିସ ରିମାଣ୍ଡରେ ଅଭିଯୁକ୍ତ । ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୁଲିସ ମଙ୍ଗଳବାର କୋର୍ଟ ଚାଲାଣ କରି ୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୁଲିସ । ମାତ୍ର ଦୁଇ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ଗତକାଲି ଦୁଇଜଣ ଏବଂ ଆଜି ୪ଜଣଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରୁଛି । ଉମା ବିଷୋୟୀ, କୁରୁପତି ଭୂୟାଁ, ମଦନ ଦଳେଇ, ମଳୟ ବିଷୋୟୀ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ଛଅ ଜଣଙ୍କୁ ରିମାଣ୍ଡରେ ଯାଇଛନ୍ତି । ପଚରାଉଚରା ବେଳେ ପୁଲିସ ଅଧିକ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ଏହାଛଡ଼ା ପୁଲିସ କ୍ରାଇମ ସ୍ପଟକୁ ନେଇ କ୍ରାଇମ୍ ସିନ ରିକ୍ରିଏସେନ କରିବା ସମ୍ଭାବନା ରହିଛି ।
ଖବର ଅନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣାରେ ପୁଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିସାରିଥିଲା । ବାକି ଆଉ ଦୁଇଜଣ ଫେରାର ଥିଲେ। ଗତ ୨୨ ତାରିଖରେ ପୋଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ହେଲେ କୋର୍ଟ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।