ଭୁବନେଶ୍ବର, ୦୩/୦୯: ତ୍ୱରିତ ଦଣ୍ଡ ବିଧାନ ପାଇଁ ସରକାରୀ ଓକିଲ ଓ ତଦନ୍ତ କାରି ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ କମିସନର | ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଯାଏ ୨୩ଟି ନାବାଳିକା ଦୁଷ୍କର୍ମ ମାମଲାରେ ହୋଇଛି ଦଣ୍ଡ ବିଧାନ |

ଏହାକୁ ଲଗାଇ ଏପର୍ଯ୍ୟନ୍ତ ଭୁବନେଶ୍ୱର କମିସନରେଟ ପୋଲିସରେ ୬୧ଟି ଦଣ୍ଡାଦେଶ ହୋଇଛି | ୧୧୩ଦିନ ମଧ୍ୟରେ ନୟାପଲି ଥାନାରେ ପ୍ରପଟି ଅଫେନ୍ସ ମାମଲାରେ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣା ଯାଇଛି  | ଏହି ସମ୍ବର୍ଧନା ଉତ୍ସବରେ ଅତିରିକ୍ତ ପୋଲିସ କମିସନର ଏବଂ ଭୁବନେଶ୍ୱର ଡିସିପି ପ୍ରମୁଖ ଉପସ୍ଥିତ ରହିଥିଲେ |