ଆନନ୍ଦପୁର,୩୦/୦୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ପୁଲିସକୁ ବଡ଼ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୁଲିସ । ୫ ଜଣ ଗିରଫ ହୋଇଥିବା ବେଳେମାରଣାସ୍ତ୍ର ସହ ୩ ବାଇକ୍ ଜବତ ହୋଇଛି ।

ସୂଚନା ଅନୁଯାୟୀ, ୫ ଜଣ ଡକାୟତ ଏକାଠି ହୋଇ ଜରଦା ଗାଁ ନିକଟରେ ଡକାୟତି ପାଇଁ ଯେଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇଥିଲା ପୁଲିସ । ଏନେଇ ରାମଚନ୍ଦ୍ରପୁର ଆଇଆଇସି ମନୋଜ ସ୍ବାଇଁଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢାଉ କରି ସମସ୍ତ ଡକାୟତଙ୍କୁ କାବୁ କରିଥିଲା । ଅଭିଯୁକ୍ତମାନେ  ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ବକୋଟ ତେଲେଙ୍ଗା ବସ୍ତିର କରଣ ପ୍ରଧାନା , ଆହୁଲା ତରକ , ମିଚେଲ୍ ରାହୁଲ , ଆହଲା ଲକ୍ଷ୍ମଣ ରାଓ , ଆହୁଲା ନନ୍ଦ ରାଓ ବୋଲି ଜଣାପଡ଼ିଛି । ସେମାନଙ୍କ ନାମରେ ପୂର୍ବରୁ ଝାଡଖଣ୍ଡ ରାଞ୍ଚି , କଟକ ବାଦାମବାଡି ଥାନା , ଯାଜପୁର ଜିଲ୍ଲା କୁଆଖିଆ ଓ କରେଇ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।