ବରଗଡ, ୦୫/୧୦: ଜେଲରେ ପୁଲିସର ଅତର୍କିତ ଚଢାଉ। କାରାଗାର ଭିତରୁ ଜବତ ହେଲା ତମାଖୁ ସାମଗ୍ରୀ। ଜାରି ରହିଛି କାର୍ଯ୍ୟାନୁଷ୍ଠାନ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପୁଲିସ ତରଫରୁ ରବିବାର ସକାଳୁ ସମସ୍ତ ଜେଲରେ ଚଢ଼ାଉ କରାଯାଇଥିଲା l ବରଗଡ଼ ଏସପି ଆଇପିଏସ୍ ମୀନାଙ୍କ ତତ୍ତ୍ବାବଧାନରେ ପୁଲିସ ପକ୍ଷରୁ ଏହି ଚଢାଉ ହୋଇଥିଲା । ବରଗଡ, ସୋହେଲା ଓ ପଦ୍ମପୁର ଜେଲର ସେଲ୍ ଗୁଡିକୁ ଯାଞ୍ଚ କରାଯାଇଥିଲା l ଛାନଭିନ ବେଳେ କାରାଗାର ଭିତରୁ ତମାଖୁ ସାମଗ୍ରୀ ଜବତ ହୋଇଛି । ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଜାରି ଥିବାରୁ ସବିଶେଷ ତଥ୍ୟ ଜଣାପଡ଼ିନାହିଁ l ମାତ୍ର ଜବତ ସାମଗ୍ରୀକୁ ନଷ୍ଟ କରି ଦିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।