ନିଶ୍ଚିନ୍ତକୋଇଲି,୯/୧୦ : ଦୀର୍ଘ ୨୦ଦିନ ପରେ ମାଟି ତଳୁ ପୋଲିସ ଶବ ଜବତ କଲା । ଏଭିଳ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ପଞ୍ଚାୟତ ହଳପୁର ଗାଁରେ।
ସୂଚନା ଅନୁସାରେ, ଗତ ମାସ ସେପ୍ଟେମ୍ବର ୧୬ତାରିଖରେ ଚିକିତ୍ସିତ ଅବସ୍ଥାରେ ହଳଧରପୁର ଗ୍ରାମର ସେକ୍ ମଇରୁଦ୍ଦିନଙ୍କ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ହସ୍ପିଟାଲରୁ ଆଣି କବର ଦିଆଯାଇଥିଲା। ଏହି ମାସ ୭ ତାରିଖ ଦିନ ମୃତ ସେକ୍ ମଇରୁଦ୍ଦିନଙ୍କ ପତ୍ନୀ ନନିଆ ବିବି ନିଜର ସାନ ପୁଅ କାଲିମୁଦିନ୍ ତାଙ୍କ ସ୍ବାମୀଙ୍କୁ ବାଡେଇ ମାରି ଦେଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କାରଣ ଥିଲା ସାନ ପୁଅ କାଲିମୁଦ୍ଦିନ୍ ବାପାଙ୍କୁ ୫୦,୦୦୦ ଟଙ୍କା ଦାବି କରିଥିଲା । ମୃତକ ମଇରୁଦ୍ଦିନ ଏତେ ଅର୍ଥ ଦେଇପାରିବି ନାହିଁ ବୋଲି ମନା କରିବାରୁ କ୍ରୋଧାନ୍ୱିତ ହୋଇ କାଲିମୁଦିନ୍ ବାପାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଫଳରେ ସେକ୍ ମଇରୁଦ୍ଦିନଙ୍କ ମୃତ୍ୟୁ ଘଟିଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ନିଶ୍ଚିନ୍ତକୋଇଲି ଥାନା ପୋଲିସ ହଳଧରପୁର ଗାଁରେ ପହଞ୍ଚି କବର ସ୍ଥଳରୁ ପୋତା ହୋଇଥିବା ଶବକୁ ମାଟି ଖୋଳି ଜବତ କରିବା ସହ ଶବକୁ ବ୍ୟବଛେଦ ପାଇଁ କଟକ ପଠାଇଛି।