ଖୋର୍ଦ୍ଧା ୨୮/୧୦: ବୋଲଗଡ଼ ପୁଲିସକୁ ବଡ଼ ସଫଳତା । ଧଳାଜହର କାରବାର ଉପରେ ଶକ୍ତ ପ୍ରହାର। ଦଲେଇସାହି ମାଣିକାଗଡ଼ା ଗ୍ରାମରେ ଏକ ଘରୁ ଚଢାଉ କରି ୩୧୪ ଗ୍ରାମ ବ୍ରାଉନସୁଗର ଜବତ କରିଛନ୍ତି। ଏଥି ସହିତ ନଗଦ ୪ ଲକ୍ଷ ଟଙ୍କା, ୫ ଗୋଟି ଗାଡ଼ି ଏବଂ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଛି। ଜବତ ବ୍ରାଉନସୁଗାର ଅନୁମାନିକ ମୂଲ୍ୟ ୩ କୋଟି ୨୯ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି। ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି।  ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମୀ ପ୍ରକାଶ ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ, ସୋମବାର ଅଭିଯୁକ୍ତମାନେ ବ୍ରାଉନସୁଗର ମାଣିକାଗଡା ଗ୍ରାମ ସ୍ଥିତ ଏକ ଘରେ ରଖି କାରବାର କରୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ଥିଲା। ଏହାକୁ ନେଇ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଉକ୍ତ ଘରେ ଅଚାନକ ଚଢ଼ାଉ କରିଥିଲା। ଘର ଭିତରୁ ୩୧୪ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।