ଭଦ୍ରକ, ୧୮/୧୦(ଆ, ପ୍ର): ଐତିହାସିକ ଭଦ୍ରକ କାଳୀପୂଜାରେ ଲୁଟେରାଙ୍କ ବିରୋଧରେ ଏଥର ପୁଲିସ କଡା ଅଭିମୁଖ୍ୟ ନେଇଛି । ମେଳା ଆରର ଯଥେଷ୍ଟ ପୂର୍ବରୁ ପୁଲିସ ୪୮ ଫଟୋ ସହ ନାମ ପ୍ରକାଶ କରି ହୋର୍ଡିଙ୍ଗ ଲଗାଇଛି। ପୁଲିସ କହିଛି, ଏମାନଙ୍କୁ ଚିହ୍ନି ରଖ। ଜିଲ୍ଲାର ଅନେକ ଛିନନ୍ତାଇ ଓ ଲୁଟ ମାମଲାରେ ଅଭିଯୁକ୍ତ। ବିଶେଷ କରି ମେଳା ମହୋତ୍ସବ ଆଦିରେ ଉକ୍ତ ଲୁଟେରା ଲୁଟ ମାମଲାରେ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ସୂଚନା ମିଳିଲେ ଜଣାଇବାକୁ ଉଲ୍ଲେଖ କରାଯାଇଛି।
ଏହି ହୋର୍ଡିଙ୍ଗ ସ୍ଥାନରେ ଗହଳି ଲଗାଇ ଲୁଟେରାଙ୍କ ବଦନ ଦେଖୁଛନ୍ତି । ଅନେକ ନିଜ ମୋବାଇଲରେ ଫଟୋ ଉଠାଇ ନେଉଛନ୍ତି । ସୋସିଆଲ ମିଡିଆରେ ଏବେ ଏହା ଟ୍ରେଣ୍ଡ ସାଜିଛି। ଅନେକ ଲେଖିଛନ୍ତି, ତୁରନ୍ତ ଲୁଟେରା ଜାଗା ଛାଡ଼, ନଚେତ ଲୋକେ ପାନେ ଦେବେ। ଏସପି ମନୋଜ ରାଉତଙ୍କ ଏହି ପଦକ୍ଷେପ ପାଇଁ ସହରବାସୀ ପ୍ରଂଶସା କରିଛନ୍ତି।